ପର୍ଯ୍ୟାୟକ୍ରମେ ହୀରାକୁଦ ଜଳଭଣ୍ଡାରର ଖୋଲିବ ୬ଟି ଗେଟ
ସମ୍ବଲପୁର(କେ ନ୍ୟୁଜ): ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ୍ । ପ୍ରଥମ ପର୍ଯ୍ୟାୟରେ ୨ଟି ଗେଟ୍ ଖୋଲିଛି । ପର୍ଯ୍ୟାୟକ୍ରମେ ଖୋଲିବ ୬ଟି ଗେଟ । ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ଗେଟ୍ ଖୋଲାଯାଇଛି । ଏନେଇ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ କ୍ଷମତା ରହିଛି ୬୩୦ ଫୁଟ୍ । ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୧୦ ହଜାର ୩୧୨ କ୍ୟୁସେକ ପାଣି ପ୍ରବେଶ କରୁଛି। ସେହିପରି ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୨୬ ହଜାର ୭୨ କ୍ୟୁସେକ ଜଳ ନିଷ୍କାସନ ହେଉଛି।