ବ୍ରହ୍ମପୁର: କାରରୁ ଜବତ ହେଲା ୬ କେଜି ସୁନା ଓ ୪ ଶହ କେଜି ରୂପା, ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ପୋଲିସକୁ  ମିଳିଛି ଏକ ବଡ଼ ସଫଳତା  । ତାମିଲନାଡୁରୁ ସୁନା ଓ ରୂପା ଅଳଙ୍କାର ଚାଲାଣ ବେଳେ ପୋଲିସ ହାତରେ ଧରାପଡିଛି  । ଆଜି ସଂଧ୍ୟାରେ ସହରର ଅନ୍ଧପସରା ରୋଡରେ ପୋଲିସ ହାବୁଡରେ ପଡିଛନ୍ତି  ତିନି ଜଣ ସୁନା ବ୍ୟବସାୟୀ  । ଏମାନଙ୍କଠାରୁ ୬ କେଜି ୭୭୦ ଗ୍ରାମ ସୁନା ଅଳଙ୍କାର ଓ ୨୪୦ କିଲୋଗ୍ରାମର ରୂପା ଅଳଙ୍କାର ଜବତ କରିଛି ପୋଲିସ  । ଗୋଷାଣୀନୂଆଗାଁ ଥାନା କୌଣସି ସୂତ୍ରରେ ପୂର୍ବରୁ ସୁନା ଚାଲାଣ ହେଉଥିବା ନେଇ ଖବର ପାଇଥିଲା  ।

gold seized

ଗାଡି ନମ୍ୱର ପୂର୍ବରୁ ପାଇଥିବା ବେଳେ ନମ୍ୱରକୁ ଆଧାର କରି ପୋଲିସ ଯାଞ୍ଚ କରିଥିଲା  । ଯାଞ୍ଚ ବେଳେ ସଂପପୃକ୍ତ କାରରୁ ସୁନା ଓ ରୂପା ଅଳଙ୍କାର ଜବତ ହୋଇଥିବା ବେଳେ ତିନି ଜଣଙ୍କୁ ଅଟକ ରଖିଛି ପୋଲିସ  । ଅଟକ ଥିବା ତିନି ଜଣ ତାମିଲନାଡୁ ଅଞ୍ଚଳର ପି. ଶ୍ରୀନିବାସ, ସନ୍ତୋଷ ମଣି ଓ ପେଥାନନ୍  । ଏହି ତିନି ଜଣ ଏକ କାରରେ ତାମିଲନାଡୁର ସାଲେମ ଅଞ୍ଚଳରୁ ଆଣି ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲେ  ।

ତେବେ ଏହି ବ୍ୟବସାୟୀ ମାନେ ଟାକ୍ସ ଓ ଜିଏସଟି ପାଙ୍କିବା ପାଇଁ ଏଭଳି ବ୍ୟବସାୟ କରିଆସୁଥିବା ପୋଲିସ ଅନୁମାନ କରିବା ସହ ତଦନ୍ତ ଜାରି ରିହଛି  । ତେବେ ଜବତ ହୋଇଥିବା ସୁନା ଅଳଙ୍କାର ଗୁଡିକର କାଗଜ ପତ୍ର ଯାଞ୍ଚ କରାଯିବା ସହ ଟାକ୍ସ ବିଭାଗକୁ ପୋଲିସ ଖବର ଦେଇଛି  ।

ସେହି ଟିମ୍ ଆସି ତଦନ୍ତ କରିବା ପରେ ଏହି ବ୍ୟବସାୟୀମାନେ ଟ୍ୟାକ୍ସ ଫାଙ୍କିବା ଲାଗି ଏଭଳି କରୁଥିଲେ ନା ଆଉ କିଛି ତାହା ସ୍ପଷ୍ଟ ଜଣାପଡିବ  । ସେପଟେ ଏହି ତିନିଜଣ  ଦୀର୍ଘ ୧୦ ବର୍ଷ ହେଲା ଏଭଳି ବ୍ୟବସାୟ କରିଆସୁଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ଏନେଇ ତଦନ୍ତ ଜାରୀ ରହିଛି  ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.