ଗଜପତି: ପୁଣି ଆର.ଉଦୟଗିରି ପୋଲିସ ଏବଂ ଅବକାରୀ ବିଭାଗର ଚଢ଼ାଉ, ୧୮ କୋଟିର ଗଞ୍ଜେଇ ଚାଷ ନଷ୍ଟ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲାରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ବେଆଇନ ଗଞ୍ଜେଇ ଚାଷନଷ୍ଟ ଅଭିଯାନ ଜାରି ରହିଛି l ଆଜି ଆର.ଉଦୟଗିରି ପୋଲିସ ଏବଂ ଅବକାରୀ ବିଭାଗ ଅନୁଗୁର ପଞ୍ଚାୟତ ଅନ୍ତର୍ଗତ ପାର୍ଟିପାଙ୍ଗା ଗ୍ରାମର ୯୪ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ବେଆଇନ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରିଛି, ନଷ୍ଟ ଗଞ୍ଜେଇ ର ମୂଲ୍ୟ ୧୮ କୋଟି ୮୫ ଲକ୍ଷ ୯୬ ହଜାର ହେବ ବୋଲି ଜଣାପଡିଛି l

ganja farming 3ଗତ ଦୁଇ ସପ୍ତାହ ଧରି ଗଜପତି ଏସ. ପି ତପନ କୁମାର ପଟ୍ଟନାୟକ ଙ୍କ ନିର୍ଦ୍ଦେଶରେ ଜ଼ିଲ୍ଲାର ମୋହନା,ଆର. ଉଦୟଗିରି ଏବଂ ଅଡବା ଥାନା ଅଞ୍ଚଳରେ ଅପରେସନ ଗ୍ରୀନ ହଣ୍ଟ ମାଧ୍ୟମରେ ଏହି ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ଚାଲୁରହିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ଶହେ କୋଟିରୁ ଉର୍ଦ୍ଧ ମୂଲ୍ୟର ଗଞ୍ଜେଇ ଚାଷକୁ ନଷ୍ଟ କରାଗଲାଣି, ଆଗକୁ ମଧ୍ୟ ଏହି ଚଢ଼ାଉ ଜ଼ାରି ରହିବ ବୋଲି ଜ଼ିଲ୍ଲା ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହି ଚଢ଼ାଉରେ ପୋଲିସ, ଅବକାରୀ ବିଭାଗ ସମେତ ରାଜସ୍ବ ଏବଂ ବନବିଭାଗ କର୍ମଚାରୀ ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.