ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର କତୋଗୁଡୁମ୍‌ରେ ଏନ୍‌କାଉଣ୍ଟର, ୬ ମାଓବାଦୀ ନିହତ

ମାଲକାନଗିରି(କେନ୍ଯୁଜ୍): ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର କତୋଗୁଡୁମ୍‌ରେ ଏନ୍‌କାଉଣ୍ଟର । ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଛନ୍ତି । ପେସାଲାପାଡୁ ଜଙ୍ଗଲରେ ପୋଲିସ- ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି ।

ମୃତ ମାଓବାଦୀଙ୍କ ମଧ୍ୟରେ ୪ ମହିଳା ଓ ଦୁଇଜଣ ପୁରୁଷ ଅଛନ୍ତି । ଘଟଣାସ୍ଥଳରୁ ୬ଟି ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।