ଭୁସୁଡୁଛି ଲାଲଗଡ଼, ୬ ମାଓବାଦୀ କଲେ ଆତ୍ମସମର୍ପଣ

ମାଲକାନଗିରି(କେନ୍ୟୁଜ) : ଭୁସୁଡୁଛି ଲାଲଗଡ଼ । ଜଣେ ପରେ ଜଣେ ମାଓବାଦୀ କରିଚାଲିଛନ୍ତି ଆତ୍ମ ସମର୍ପଣ । ଆଜି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲାରେ ଜଣେ ମହିଳା ମାଓବାଦୀ ସମେତ ୬ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

ପୋଲିସର ସରେଣ୍ଡର ପଲିସିରେ ଆକର୍ଷିତ ହୋଇ ବର୍ତ୍ତମାନ ସୁଦ୍ଧା ୧୨୪ ହାର୍ଡକୋର ମାଓବାଦୀ ସମେତ ୫୦୬ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆଗକୁ ଅନ୍ୟ ମାଓବାଦୀ ଆତ୍ମସମର୍ପଣ କଲେ ସେମାନଙ୍କୁ ମଧ୍ୟ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ପୋଲିସ ସବୁ ପ୍ରକାର ସହଯୋଗ କରିବ ବୋଲି ବସ୍ତର ଡିଆଇଜି ବିନୟ କୁମାର ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.