ସରସ୍ୱତୀ ପୂଜାରେ ବନାନ୍ତୁ କେସରୀ କ୍ଷୀରି, ମା ହୋଇଯିବେ ଏକଦମ୍‌ ପ୍ରସନ୍ନ

ଏଥର ସରସ୍ୱତୀ ପୂଜାରେ ବିଦ୍ୟା ଓ ଜ୍ଞାନ ଦେବୀ ମା ସରସ୍ୱତୀଙ୍କୁ ପୂଜା-ଅର୍ଚ୍ଚନା କରିବା ସହିତ ମାଆଙ୍କୁ ମିଷ୍ଠାନ ଭୋଗ ଲଗାନ୍ତୁ। ଆପଣ ଘରେ ହିଁ କିଛି ସ୍ୱାଦିଷ୍ଟ ମିଠା ରେସିପି ବନାଇପାରିବେ। ଆମେ ଆଜି ଆପଣଙ୍କୁ ଜଣାଇବୁ କେସର ଚାଉଳର ରେସିପି। ଯାହା ସ୍ୱାଦରେ ଏକଦମ୍‌ ଜବରଦସ୍ତ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ଚାଉଳ – ୨ କପ୍‌
  • କେସର – ୧୫ଟି
  • ଛୋଟ ଅଳେଇଚ – ୫
  • ଚିନି – ୩/୪ କପ୍‌
  • ଦେଶୀ ଘିଅ – ୨ ଚାମଚ
  • ହଳଦିଆ ରଙ୍ଗ – ଚିମୁଟାଏ
  • ତେଜପତ୍ର – ୨ଟି
  • ଗୋଟା ଅଳେଇଚ – ୫ଟି

ପ୍ରସ୍ତୁତି ପ୍ରଣାଳୀ

କେସର ଚାଉଳ ଭାତ ବନାଇବା ପାଇଁ ସର୍ବପ୍ରଥମେ ଚାଉଳକୁ ଭଲଭାବେ ଚାଉଳକୁ ଭଲଭାବେ ଧୋଇ ଅଧ ଘଣ୍ଟା ପର୍ଯ୍ୟନ୍ଦ ଭିଜାଇ ରଖନ୍ତୁ। କେସରକୁ ଅଧା ଗିନା କ୍ଷୀରରେ ଭିଜାଇ ରଖିଦିଅନ୍ତୁ ଏବଂ ଏଥିରେ ହଳଦିଆ ରଙ୍ଗ ବି ମିଶାଇ ଦିଅନ୍ତୁ। ଅଳେଇଚକୁ ଛଡାଇ ପେସି ଦିଅନ୍ତୁ ଏବଂ କାଜୁ ଓ ବାଦାମକୁ କାଟି ରଖିଦିଅନ୍ତୁ।

ଏହାପରେ ଚାଉଳକୁ ପାଣିରେ ପକାଇ ଭଲଭାବେ ସିଝାଇ ଦିଅନ୍ତୁ। ଯେତେବେଳେ ଚାଉଳ ସିଝିଯିବ ସେଥିରୁ ପାଣି ବାହାର କରିଦିଅନ୍ତୁ ଏବଂ ଛାଣିକି ଅଲଗା ରଖିଦିଅନ୍ତୁ।

ଏବେ କାଜୁକୁ ହାଲକା ଆଞ୍ଚରେ ଭାଜି ଦିଅନ୍ତୁ ଏବଂ ଗୋଟେ ଗିନାକୁ ବାହାର କରି ରଖିଦିଅନ୍ତୁ। ଗୋଟେ ପ୍ୟାନ୍‌ ନେଇ ସେଥିରେ ଘିଅ ଗରମ କରନ୍ତୁ। ଏବେ ଏଥିରେ ତେଜପତ୍ର, ଲବଙ୍ଗ ଏବଂ ଅଳେଇଚ ପକାଇ ଦିଅନ୍ତୁ।

ଚାଉଳ ଏବଂ ଚିନିକୁ ବି ଏଥିରେ ପକାଇ ଦିଅନ୍ତୁ। କ୍ଷୀରରେ ବୁଡାଇ ରଖିଥିବା କେସରକୁ ବି ଏଥିରେ ମିଶାଇ ଦିଅନ୍ତୁ। ଏବେ ଆପଣଙ୍କର ସ୍ୱାଦିଷ୍ଟ କେସରୀ କ୍ଷୀରି ପ୍ରସ୍ତୁତ ହୋଇଯାଇଛି। ଆପଣ ପୂଜାରେ ଭୋଗ ଲଗାଇ ଏହାକୁ ଅନ୍ୟମାନଙ୍କୁ ପରଷି ବି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.