ହାଇଦର ଫେରାର ଘଟଣା: ୬ ଜଣ ପୋଲିସ କର୍ମଚାରୀଙ୍କୁ ସସ୍‌ପେଣ୍ଡ କଲେ ସମ୍ବଲପୁର SP

କେନ୍ୟୁଜ୍(ବ୍ୟୁରୋ):  ହାଇଦର ଫେରାର ହେବା ଘଟଣା, ସମ୍ବଲପୁରରୁ ହାଇଦରକୁ କଟକ SCB ଆଣିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ୬ ଜଣଙ୍କୁ ସସ୍‌ପେଣ୍ଡ କଲେ ସମ୍ବଲପୁର SP। ଜଣେ ହାବିଲଦାରଙ୍କ ସମେତ ୫ଜଣ କନେଷ୍ଚବଳ ନିଲମ୍ବିତ ହୋଇଛନ୍ତି।  ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ, କନେଷ୍ଟବଳ ବୁଲବୁଲ ସାହୁ, ଦୀପକ ସାହୁ , ମହମ୍ମଦ ମୌସିମ୍‌, ଉମାକାନ୍ତ ବେହେରା ଓ ସୁଧାଂଶୁ ମାଝିଙ୍କୁ ନିଲମ୍ବନ କରାଯାଇଛି।

ସେପଟେ ଘଟଣାରେ ସମ୍ବଲପୁର ଜେଲ କର୍ତ୍ତୃପକ୍ଷଙ୍କ ହାତ ରହିଛି କି ନାହିଁ, ସେନେଇ ଖୋଳତାଡ ଆରମ୍ଭ ହୋଇଛି । ସମ୍ବଲପୁର ଟାଉନ୍‌ ଥାନା, ସଦର ଥାନା, ଅଇଁଠାପାଲି ଥାନା, କ୍ଷେତରାଜପୁର ଥାନାର ଅଧିକାରୀ ମଣ୍ଡଳ କାରାଗାରରେ ପହଞ୍ଚି ତଦାରଖ କରୁଛନ୍ତି । ଜେଲର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି । ହାଇଦରକୁ ଧରିବା ପାଇଁ ସମ୍ବଲପୁର ପୋଲିସ ଜୋରଦାର ପ୍ରୟାସ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.