Below header

ମିଳୁନି ହାଇଦରର ପତ୍ତା, ଲଜ୍‌ ଛାଡିଲେ ହାଇଦରକୁ ଜଗୁଥିବା ୬ ସୁରକ୍ଷା କର୍ମଚାରୀ

କଟକ (କେ.ନ୍ୟୁଜ): ଲଜ୍‌ ଛାଡିଲେ ୬ ସୁରକ୍ଷା କର୍ମଚାରୀ। ପୋଲିସ କର୍ମୀମାନେ କଟକ ମଙ୍ଗଳାବାଗ ଅହଲ୍ୟା ଲଜରୁ ବିଳମ୍ବିତ ରାତିରେ ଚେକ୍‌ ଆଉଟ୍‌ କରିଥିବା ସୂଚନା ଦେଇଛନ୍ତି ଲଜ୍‌ର କର୍ମଚାରୀ। ଏସସିବିରୁ ଫେରାର ହୋଇଯାଇଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ସମ୍ବଲପୁର ଜେଲରୁ କଟକ ଆଣି ଆସିଥିବା ପୋଲିସ କର୍ମଚାରୀମାନେ ମଙ୍ଗଳାବାଗ ଅଞ୍ଚଳର ଅହଲ୍ୟା ଲଜ୍‌ରେ ୨ଟି ରୁମ୍‌ ବୁକ କରି ରହୁଥିଲେ। ଗତ ମାସ ୨୩ ତାରିଖରେ ବୁକ୍‌ ହୋଇଥିଲା ଲଜର ଦୁଇଟି ରୁମ । ପ୍ରଥମେ ୮ ଜଣ ଆସି ରହିଥିଲେ, ପର ଦିନ ଦୁଇ ଜଣ ସେଠାରୁ ପଳାଇଥିଲେ।

hotel

ଗତ ଶନିବାର ପୋଲିସକୁ ଚକ୍‌ମା ଦେଇ ଏସ୍‌ସିବିରୁ ଫେରାର ହୋଇଯାଇଥିଲା ହାଇଦର। ସେଦିନ ମହମ୍ମଦ ମୌସିମ ଡ୍ୟୁଟିରେ ଥିଲେ ବୋଲି ଜଣାପଡ଼ିଛି। ଏଯାଏ ହାଇଦରର ପତ୍ତା ମିଳିନି। ସେ ବାଂଲାଦେଶ କିମ୍ବା ହାଇଦ୍ରାବାଦ ପଳାଇ ଯାଇଛି ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ହାଇଦରର ଜଣେ ସହଯୋଗୀ ସେକ୍ ୟାକୁବ ଓରଫ ସଲ୍ଲୁ ସୋମବାର ମଙ୍ଗଳାବାଗ ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲା। ଗତକାଲି ତାକୁ ରିମାଣ୍ଡରେ ନେଇଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.