ନେମାଳ ମଠରୁ ଭକ୍ତଙ୍କୁ ଅପହରଣ ଅଭିଯୋଗ, ସ୍ତ୍ରୀ ପାଖରୁ ଉଠାଇ ନେଲେ ସ୍ୱାମୀକୁ
![nemala](https://knewsodisha.com/wp-content/uploads/2019/08/nemala.jpg)
ମାହାଙ୍ଗା (କେ ନ୍ୟୁଜ୍) : ମଠରୁ ଭକ୍ତଙ୍କୁ ଅପହରଣ। ନେମାଳ ମଠରୁ ଜଣେ ଭକ୍ତଙ୍କୁ ଅପହରଣ ଅଭିଯୋଗ ହୋଇଛି। ଅପହୃତଙ୍କ ନାଁ ସୁଧେନ୍ଦୁ ମହାପାତ୍ର। ତାଙ୍କ ଘର ଭୁବନେଶ୍ୱରରେ ଭିମଟାଙ୍ଗୀ ଅଞ୍ଚଳରେ ଓ ସେ ଜଣେ ଠିକାଦାର ବୋଲି ସୁଧେନ୍ଦୁଙ୍କ ସ୍ତ୍ରୀ ଲୋପାମୁଦ୍ରା କହିଛନ୍ତି।
ସୁଧେନ୍ଦୁ ନିଜ ପରିବାର ସହ ନେମାଳ ମଠ ବୁଲିବା ପାଇଁ ଆସିଥିଲେ। ବୁଲି ସାରିବା ପରେ ସୁଧେନ୍ଦୁ ଆଗୁଆ କାରରେ ବସିବାକୁ ଆସୁଥିଲ। ହାଠାତ ସେହି ସମୟରେ ଏକ ଜାଲ ନମ୍ବର ଲାଗିଥିବା କାରରେ ୬ ଜଣ ଦୁର୍ବୃତ୍ତ ତାଙ୍କୁ ବଳ ପୂର୍ବକୁ ଗାଡିରେ ବସାଇବାକୁ ଚେଷ୍ଟା କରୁଥିଲେ ଏହା ଦେଖି ସ୍ଥାନୀୟ ଲୋକେ ବିରୋଧ କରିବାରୁ ଅପହରଣକାରୀମାନେ ସେମାନଙ୍କୁ ପୋଲିସର ପରିଚୟ ଦେଇ ସୁଧେନ୍ଦୁଙ୍କୁ ନେଇ ଯାଇଥିଲେ। ଖବର ପାଇ ନେମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣାଟି ନେମାଳ ଥାନରୁ ମାତ୍ର ୨୦୦ ମିଟର ଦୂରରେ ଘଟିଥିବାରୁ ଜନସାଧାରଣରେ ତୀବ୍ର ଉଦବେଗ ପ୍ରକାଶ ପାଇଛି ।