ହଜିଲା ଝିଅ ଘରକୁ ଫେରିଲା, କିନ୍ତୁ ଝୁରି ଝୁରି ଆରପାରିକୁ ଚାଲିଯାଇଛି ମାଆ

ଗଜପତି (କେନ୍ୟୁଜ) : ହଜିଲା ଝିଅ ଘରକୁ ଫେରିଲା, କିନ୍ତୁ ଝିଅର ମୁହଁକୁ ଚାହିଁ ଚାହିଁ ଦୁନିଆକୁ ଛାଡି ଚାଲିଯାଇଛି ଝିଅର ମାଆ। ପାଖାପାଖି ବର୍ଷେ ପରେ ଠିକଣା ସ୍ଥାନରେ ପହଁଚିଲା ହଜିଲା ଝିଅ ଭବାନୀ, କିନ୍ତୁ ତା କୁନି ମୁହଁକୁ ଦେଖିବା ପାଇଁ ନଥିଲା ତାର ମାଆ। ଏଭଳି ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ପାରଖେମୁଣ୍ଡିରେ। ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟରେ ପଶ୍ଚିମ ବଙ୍ଗରୁ ଗୋଟିଏ ତିନିବର୍ଷର ଝିଅ ଉଦ୍ଦାର ହୋଇ ଫେରିଛି ।

liitle girlଗତ ବର୍ଷ ମାର୍ଚ୍ଚ ୧୫ ତାରିଖରେ ପଶ୍ଚିମବଙ୍ଗର ଖଡଗପୁର ରେଳଷ୍ଟେସନରେ ଛୋଟିଆ ଝିଅଟିଏ ବୁଲୁଥିଲା। ଯାହା ପାଖରେ ନା ମା ଥିଲା ନା ବାପା, ନା ସେ କଥା କହିପାରୁଥିଲା ଆରପିଏଫ ପାଇବା ପରେ ରେଳଷ୍ଟେସନରେ ଥିବା ଚାଇଲ୍ଡ ଲାଇନକୁ ହସ୍ଥାନ୍ତର କଲା । ସେଠାରୁ ଝିଅଟି ପଶ୍ଚିମ ମେଦିନାପୁର ଜିଲ୍ଲାର ଶିଶୁ ମଙ୍ଗଳ କମିଟି ପାଖରେ ପହଁଚିଲା। ଯେହେତୁ ୬ବର୍ଷରୁ କମ ବୟଷର ଶିଶୁଙ୍କୁ ସରକାରଙ୍କ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ପୋଷ୍ଯ ସନ୍ତାନ ଗ୍ରହଣ କେନ୍ଦ୍ର (ସାହା) ହେପାଜତରେ ରଖାଯାଏ, ତେଣୁ ସାହା ପୋଷ୍ଯ କେନ୍ଦ୍ରରେ ଝିଅଟିକୁ ରଖାଯାଇଥିଲା ଏବଂ ନାମକରଣ କରାଯାଇଥିଲା ମୋପନ୍ନା ।

polishକିନ୍ତୁ ଚାଇଲଡଲାଇନର ଅନୁସନ୍ଧାନ ପରେ ଝିଅଟିର ନା ହେଉଛି ଭବାନୀ ଏବଂ ପାରଳାଖେମୁଣ୍ଡିର ବୋଲି ଜଣାପଡିଥିଲା। ଉକ୍ତ ଅନୁସନ୍ଧାନର ଗୋଟିଏ ସୁରାଖ ଥିଲା ଝିଅଟି ଓଡିଆ କହୁଛି ଓ ପାରଳାଖେମୁଣ୍ଡି ନାମ ନେଉଛି । କିନ୍ତୁ ପାରଳାଖେମୁଣ୍ଡିର ନାମ ମଧ୍ୟ ସଠିକ ଭାବେ ନେଇ ପାରୁନଥିଲା ଝିଅଟି। ବହୁଦିନ କିଛି କହିପାରୁନଥିବା ଝିଅକୁ ତାର ଠିକଣାରେ ପହଞ୍ଚାଇବା ପାଇଁ ଦିନରାତି ଏକ କରିଥିଲା ଚାଇଡଲାଇନ । କିନ୍ତୁ ଠିକଣା ଜଣା ପଡିବା ସମୟରେ ଝିଅର ମା ଆଉ ଜୀବିତ ନଥିଲେ, ଝିଅକୁ ଝୁରି ଝୁରି ପଶ୍ଚିମବଙ୍ଗରେ ହିଁ ତାଙ୍କର ମୃତ୍ୟୁ ହୋଇସାରିଥିଲା । କିନ୍ତୁ ବାପା ଜୀବିତ ଥିବା ଖବର ଜାଣିବା ପରେ ଝିଅକୁ ବାପା ପାଖରେ ପହଞ୍ଚାଇବା ପାଇଁ ପଶ୍ଚିମ ବଙ୍ଗରୁ ପୋଲିସ, ସାହା, ଶିଶୁ ସୁରକ୍ଷା ୟୁନିଟ ଓ ଶିଶୁ ମଙ୍ଗଳ କମିଟିର ଏକ ଟିମ ଗଜପତି ଜିଲ୍ଲାରେ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି ।

girl rescueତେବେ ଝିଅଟିର ବାପା ମଦ୍ୟପ ହୋଇଥିବାରୁ ଜିଲ୍ଲାପ୍ରଶାସନ ଚିନ୍ତାରେ ପଡିଥିବା ବେଳେ ବାପ ଯଦି ଝିଅକୁ ଗ୍ରହଣ ନକଲେ ସରକାରୀ ପକ୍ରୀୟା ଅନୁସାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଥିବା ସାହା ଗୃହରେ ରହିବ ବୋଲି ଜଣାପଡିଛି । ତେବେ ସରକାରଙ୍କ ଶିଶୁ ରକ୍ଷା ଓ ସୁରକ୍ଷା ବ୍ଯବସ୍ଥା ପାଇଁ ମହତ ଉଦ୍ଦେଶ୍ଯ ଗୋଟିଏ ଜୀବନ ବଞ୍ଚାଇ ପାରିଛି ତାହା ପୁଣି ଅନ୍ଯ ରାଜ୍ଯ ଅଜଣା ଭାଷା ସହ ପାଟି ଫିଟୁନଥିବା ଶିଶୁ କନ୍ଯା ନିଜ ଜନ୍ମମାଟିକୁ ଫେରି ପାରିଛି । ତେବେ ଆଖି ମିଟି ମିଟି କରି କ୍ଯାମେରା ଲେନ୍ସକୁ ଦେଖୁଥିବା ଭବାନୀ ତିନି ବର୍ଷର ଝିଅର ଭବିଷ୍ଯତ ନିଜ ବାପା ଦାଇତ୍ୱ ନେଇ ଗଢୁଛି ନା ପ୍ରସାସନ ଭବାନୀର ଭବିଷ୍ଯତ ଗଢିବାକୁ ଆଗକୁ ବଢିଛି ତାକୁ ଦେଖିବାକୁ ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.