ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ତାଲା ଭାଙ୍ଗି ୬୦ଟି ସ୍ମାର୍ଟ ଫୋନ୍ ସହ ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା ଲୁଟିନେଲେ

ଯୋଡ଼ା(କେନ୍ଯୁଜ୍): ଦୋକାନରେ କଳାକନା ବୁଲାଇଲେ ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ଯୋଡ଼ାର ବିଲେଇପଦା ହାଟ ବଜାରରେ ଥିବା ଆୟୁଷ କମ୍ୟୁନିକେସନ ଦୋକାନର ତାଲା ଭାଙ୍ଗି ପ୍ରାୟ ୪ଲକ୍ଷ ଟଙ୍କାର ୬୦ଟି ସ୍ମାର୍ଟ ଫୋନ୍, ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା ଲୁଟ୍ ନେଇ ଅଭିଯୋଗ ହୋଇଛି ।
ଦୋକାନ ଭିତରକୁ ପଶିବା ପୂର୍ବରୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରିଦେଇଥିଲେ ଦୁର୍ବୃତ୍ତ । ଲୁଟ୍ ପରେ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେପା ହାର୍ଡଡିସ୍କକୁ ମଧ୍ୟ ନେଇଯାଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ ହୋଇଛି । ଆଜି ସକାଳୁ ଘଟଣା ଜଣାପଡିବା ପରେ ଦୋକାନ ମାଲିକ ଯୋଡ଼ା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ପାଖ ଦୋକାନରେ ଲାଗିଥିବା ସିିସିଟିଭି କ୍ୟାମେରା ଫୁଟେଜ ଦେଖିବା ପରେ ସନ୍ଦେହରେ ୨ ଜଣକୁ ଅଟକ ରଖି ପଚରାଉଚରା ଚଳାଇଛି । ଅଟକଙ୍କ ଭିତରେ ଜଣେ ଦୋକାନ କର୍ମଚାରୀ ଥିବା କୁହାଯାଉଛି ।