କୋରାପୁଟ କାକିରିଗୁମା ଥାନା ପୋଲିସକୁ ଆକ୍ରମଣ ଘଟଣା: ୭ ଜଣ ଗିରଫ

କୋରାପୁଟ(କେନ୍ୟୁଜ୍):  କୋରାପୁଟ କାକିରିଗୁମା ଥାନା ପୋଲିସକୁ ଆକ୍ରମଣ ଘଟଣାରେ ୭ ଜଣ ଗିରଫ । ବାରିଗାଁରେ ଦୁଇ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ପରିସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି। ଗତକାଲି କାକିରିଗୁମା- ଦାମନଯୋଡି ରାସ୍ତାର ବାରିଗାଁ ନିକଟରେ ଟିପ୍ପର ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା ।

ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ । ଫଳରେ କିଛି ସମୟ ପାଇଁ କୋରାପୁଟ ଜିଲ୍ଲା କାକିରିଗୁମା ଓ ଦାମନଯୋଡି ରାସ୍ତାରେ ଗାଡି ଚଳାଚଳ ବନ୍ଦ ଥିଲା । ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିବା ବେଳେ କିଛି ମହିଳା ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଆନ୍ଦୋଳନକାରୀଙ୍କୁ ପୋଲିସ ରାସ୍ତାରୁ ହଟାଇଦେଇଛି। ଗାଡ଼ି ଚଳାଚଳ ସ୍ୱାଭାବିକ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.