Below header

ଚତୁର୍ଥ କଳିଙ୍ଗ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲର ଆଜି ହେଉଛି ଦ୍ୱିତୀୟ ସଂଧ୍ୟା, ପ୍ରଦର୍ଶିତ ହେଲା ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ୭ଟି ଚଳଚ୍ଚିତ୍ର

କେନ୍ୟୁଜ୍(ବ୍ୟୁରୋ):କିଟ୍‌ କ୍ୟାମ୍ପସରେ ଆୟୋଜିତ ହେଉଥିବା ଚତୁର୍ଥ କଳିଙ୍ଗ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲର ଆଜି ହେଉଛି ଦ୍ୱିତୀୟ ସଂଧ୍ୟା । ଆଜି ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ୭ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି । ଏହା ମଧ୍ୟରେ ରହିଛି ରଞ୍ଜନ ଘୋଷଙ୍କ ‘ଆହାରେ’, ଉତ୍ପଲ ଦତ୍ତଙ୍କ ବୋହୂବ୍ରିତା’, ଶ୍ରୀରାମ ରାଜାଙ୍କ ‘ଦି ଫ୍ଲାଓ୍ଵାରସ ଆଣ୍ଡ ଦ ଜେମସ୍‌ ଷ୍ଟୋନ’ ଓ ପିପଲୁ ଖାନଙ୍କ ‘ଏ ଡଟର୍ସ ଟେଲ୍‌’ ପ୍ରଦ ର୍ଶିତ ହୋଇଛି । ଚଳଚ୍ଚିତ୍ର ଦେଖିବାକୁ ବେଶ ଉତ୍ସାହ ଦେଖିବାକୁ ମିଳିଛି । ୫ ଦିନ ଧରି ଚାଲିବାକୁ ଥିବା ଏହି ଫିଲ୍ମ ଫେଷ୍ଟିଭାଲରେ ବିଭିନ୍ନ ଦେଶରୁ ଆସିଥିବା ୫୦ରୁ ଅଧିକ କ୍ଷୁଦ୍ର ଚଳଚ୍ଚିତ୍ର ଓ ୧୫ଟି ଫିଲ୍ମ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟତଃ ଏହି ଚଳଚ୍ଚିତ୍ରଗୁଡ଼ିକ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମାଣ ହୋଇଛି । ଏଥିରେ ବେଷ୍ଟ ମୁଭିକୁ ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.