ବ୍ରହ୍ମପୁର ଉପକଣ୍ଠ ମଦମୋହନପୁରରୁ ୭ ଫୁଟର ଅଜଗର ଉଦ୍ଧାର

ବ୍ରହ୍ମପୁର(କେନ୍ୟୁଜ୍): ସ୍ନେକ ହେଲ୍ପ ଲାଇନ ଦ୍ୱାରା ୭ ଫୁଟର ଅଜଗର ଉଦ୍ଧାର । ବ୍ରହ୍ମପୁର ଉପକଣ୍ଠ ମଦମୋହନପୁରରୁ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଅଜଗର ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ । ଗାଁର ନାଯକ ସାହିରେ ଏକ ବିରାଟ ସାପକୁ ଦେଖି ସ୍ଥାନୀୟ ବାସିନ୍ଦା ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ ।

ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧୀନ କୁମାର ସାହୁ ପହଞ୍ଚି ଅଜଗର ସାପଟିକୁ କୌଶଳକ୍ରମେ ଉଦ୍ଧାର କରିଥିଲେ । ଲଗାଣ ବର୍ଷା କାରଣରୁ ସାପଟି ଜନବସତି ମୁହାଁ ହୋଇଛି। ଅଜଗରକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଅଜଗରକୁ ଛଡାଯିବ ବୋଲି କହିଛନ୍ତି ବନାଞ୍ଚଳ ଅଧିକାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.