ଏଣିକି ସ୍ମାର୍ଟ ଦେଖାଯିବେ ପୋଲିସ ବାବୁ! ପ୍ରତି ୧୫ ଦିନରେ କରାଯିବ ଓଜନ ଯାଞ୍ଚ, ଜାରି ହେଲା ନିର୍ଦ୍ଦେଶାନାମା

ଏଣିକି ନିୟମିତ ଭାବେ ବ୍ୟାୟାମ କରିବେ ପୋଲିସ। ପ୍ରତି ୧୫ ଦିନରେ ଶରୀର ଓଜନର କରାଯିବ ଯାଞ୍ଚ । ନିଶାଦ୍ରବ୍ୟରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ନବ ଦାସଙ୍କୁ ହତ୍ୟା ପରେ ପୋଲିସର ତତ୍ପରତା । ଭୁବନେଶ୍ୱର ଅର୍ବାନ ପୋଲିସ ଡିଷ୍ଟ୍ରିକ୍ଟ ବା ୟୁପିଡିରେ ଫିଟନେସ୍‌ ଚିନ୍ତା । ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ୭ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରିଛି କମିଶନରେଟ ପୋଲିସ । ଆଇନ ଶୃଙ୍ଖଳା ବିଭାଗରେ କାର୍ଯ୍ୟରତ ଥିବା ପୋଲିସ କର୍ମଚାରୀଙ୍କ ଶାରୀରିକ ସ୍ୱାସ୍ଥ୍ୟ ଓ ଫିଟନେସ୍‌ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି । ସକାଳ ଓ ସନ୍ଧ୍ୟାରେ ନିୟମିତ ଡ୍ରିଲ୍‌ରେ ଯୋଗଦେବେ । ନିୟମିତ ଭାବେ ବ୍ୟାୟାମ କରିବେ ପୋଲିସ । କାର୍ଯ୍ୟାଳୟରେ ଉପସ୍ଥାନ ରେକର୍ଡ କରାଯିବ । ଉପସ୍ଥାନ ମାସିକ ୮୦%ରୁ କମ୍‌ ନ ରହିବାକୁ ନିର୍ଦ୍ଦେଶ ରହିଛି । ଓଜନକୁ ଧ୍ୟାନ ଦିଆଯିବ ।

ପ୍ରତି ୧୫ ଦିନରେ ଶରୀର ଓଜନର କରାଯିବ ଯାଞ୍ଚ । ନିଶାଦ୍ରବ୍ୟରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ପୋଷାକରେ ସ୍ମାର୍ଟଲୁକ୍‌ ଆପଣେଇବାକୁ କୁହାଯାଇଛି । ଭୁବନେଶ୍ୱର ୟୁପିଡ଼ିରେ APR, DPO, CP ମୁଖ୍ୟାଳୟ, ଟିମ୍‌ 60, OSAP ମୋବିଲାଇଜଡ୍‌ ଫୋର୍ସ ସହ ସଂଯୁକ୍ତ ଥିବା ସମସ୍ତ ପୋଲିସ କର୍ମଚାରୀଙ୍କୁ ଫିଟ୍‌ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଗୋପାଳ ଦାସ ମାନସିକ ରୋଗରେ ପୀଡିତ ଥିବା ଜଣା ପଡିବା ପରେ ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.