ଗୋଦାବରୀ ଏକ୍ସପ୍ରେସର ୬ଟି ବଗି ଲାଇନଚ୍ୟୁତ, ହେଲ୍ପଲାଇନ ନମ୍ବର ଜାରି

ତେଲେଙ୍ଗାନାର ବିବିନଗର ପାଖରେ ବିଶାଖାପାଟନମ-ସିକନ୍ଦରାବାଦ ଗୋଦାବରୀ ଏକ୍ସପ୍ରେସର ୬ଟି ବଗି ଲାଇନଚ୍ୟୁତ ହୋଇଛି । ଏହି ଘଟଣାରେ କେହିମୃତାହତ ହୋଇନାହାନ୍ତି ।

ତେଲେଙ୍ଗାନାର ବିବିନଗର ପାଖରେ ବିଶାଖାପାଟନମ-ସିକନ୍ଦରାବାଦ ଗୋଦାବରୀ ଏକ୍ସପ୍ରେସର ୬ଟି ବଗି ଲାଇନଚ୍ୟୁତ ହୋଇଛି । ଏହି ଘଟଣାରେ କେହିମୃତାହତ ହୋଇନାହାନ୍ତି । ଟ୍ରେନ ବଗି ଲାଇନଚ୍ୟୁତ ହେବା ପରେ ଯାତ୍ରୀଙ୍କ ଚିତ୍କାର ଶୁଣାଯାଇଥିଲା । ବିବିନଗରରୁ ଘଟକେଶ୍ୱର ମଧ୍ୟରେ ୬ଟି କୋଚ ଲାଇନଚ୍ୟୁତ ହୋଇଛି। ଲାଇନଚ୍ୟୁତ ହେବା ପରେ ରେଳଲାଇନ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଉକ୍ତ ରେଳଲାଇନରେ ଭୟପଟୁ ବହୁ ଟ୍ରେନକୁ ବାତିଲ କରାଯାଇଛି।

ଖବର ମୁତାବକ, ବିଶାଖାପାଟନମ-ସିକନ୍ଦରାବାଦ ଗୋଦାବରୀ ଏକ୍ସପ୍ରେସ ଗାଡି ନମ୍ବର ୧୨୭୨୭ର ଏସ ୧ ଠାରୁ ଆରମ୍ଭ କରି ଏସ୍‌ ୪ ଏବଂ ଜିଏସ, ଏସଏଲଆରର ୬ଟି ବଗି ଲାଇନଚ୍ୟୁତ ହୋଇଛି । ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଟ୍ରେନ । ରେଲେଓ୍ଵ ପକ୍ଷରୁ ହେଲପଲାଇନ ନମ୍ବର : 04027786666 ମଧ୍ୟ ଜାରି ହୋଇଛି ।ଖବର ପାଇ ରେଲୱେର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରା ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି । ସେହିପରି ମରାମିତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଟ୍ରେନ ଲାଇନଚ୍ୟୁତ ହେବା ପରେ ବଗିରେ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଉଛି । ଏହି ରେଳ ରୁଟ୍‌ ଦେଇ ଯାଉଥିବା ୭ଟି ଟ୍ରେନକୁ ସଂପୂର୍ଣ୍ଣ ଭାବେ ବାତିଲ ଏବଂ ୧୨ଟି ଟ୍ରେନକୁ ଆଶିଂକ ଭାବେ ରଦ୍ଦ କରାଯାଇଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ଫେବୃଆରୀ ୩ ତାରିଖରେ ବାଚଲିରୁ କୋତାଭାଲସା ଅଭିମୁଖେ ଯାଉଥିବା ମାଲବାହୀ ଟ୍ରେନ୍ କୋତାଭାଲସା-କିରଣ୍ଡୁଲ ଲାଇନର ଶିବଲିଙ୍ଗପୁରମ୍ ପୂର୍ବରୁ ରହିଥିବା ୭ନମ୍ବର ଟନେଲ୍ ନିକଟରେ ଲାଇନଚ୍ୟୁତ ହୋଇଥିଲା । ଏଥିରେ ଲୁହାପଥର ଭର୍ତ୍ତି ୮ଟି ୱାଙ୍ଗନ ଲାଇନଚ୍ୟୁତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.