Below header

ସନ୍ନି ଲିଓନୀଙ୍କ ବେକରେ ଲାଗିଲା ଆଘାତ! ଦୁବାଇରୁ ସେୟାର କଲେ ଭିଡିଓ

ଷ୍ଟନିଙ୍ଗ ଡିଭା ସନ୍ନି ଲିଓନୀ ତାଙ୍କର ଏକ ପରଫମାନ୍ସ ପାଇଁ ଦୁବାଇ ଯାଇଥିବାବେଳେ, ସେଠାରୁ ସେ ଏକ ଭିଡିଓ ସେୟାର କରିଛନ୍ତି। ଜିସମ ୨ ଅଭିନେତ୍ରୀ ତାଙ୍କ ବେକରେ ଆଘାତ ଲାଗିଥିବା ଖବର ତାଙ୍କ ଫ୍ଯାନ୍ସ ମାନଙ୍କୁ ଦେଇଛନ୍ତି।

ଷ୍ଟନିଙ୍ଗ ଡିଭା ସନ୍ନି ଲିଓନୀ ତାଙ୍କର ଏକ ପରଫମାନ୍ସ ପାଇଁ ଦୁବାଇ ଯାଇଥିବାବେଳେ, ସେଠାରୁ ସେ ଏକ ଭିଡିଓ ସେୟାର କରିଛନ୍ତି। ଜିସମ ୨ ଅଭିନେତ୍ରୀ ତାଙ୍କ ବେକରେ ଆଘାତ ଲାଗିଥିବା ଖବର ତାଙ୍କ ଫ୍ଯାନ୍ସ ମାନଙ୍କୁ ଦେଇଛନ୍ତି। ଏନେଇ ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ଏହି ଖବର ସେୟାର କରିଛନ୍ତି।

ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଅଭିନେତ୍ରୀ ଜଣକ ଏହି ଭିଡିଓ ସେୟାର କରି ଲେଖିଛନ୍ତି, “ଯେତେବେଳେ ଡାକ୍ତର କହିଛନ୍ତି ମୋ ବେକର ୩ଟି ସ୍ଥାନରେ ଆଘାତ ରହିଛି। କିନ୍ତୁ ଶୋ’ତ ନିଶ୍ଚୟ ଚାଲିବ !! #SunnyLeone #Dubai #Performance.”

ତେବେ ବେକରେ ଏକ ସର୍ଭିକାଲ୍ କଲର ପିନ୍ଧି ଏକ ବିଛଣାରେ ବସି ସନ୍ନି ଲିଓନୀ ଏକ ଭିଡିଓ କରିଛନ୍ତି ଭିଡିଓ ରେକର୍ଡିଂ କରୁଥିବା ବ୍ୟକ୍ତି ସନ୍ନି ଲିଓନୀଙ୍କୁ ପ୍ରଶ୍ନ କରୁଛନ୍ତି, “ଦୁବାଇରେ ବସିକି ଆମେ କଣ କରୁଛେ।” ସନ୍ନି ଲିଓନୀ ଉତ୍ତରରେ କହୁଛନ୍ତି, “ ଡ୍ଯାନ୍ସ ପରଫମାନ୍ସ ଅଛି। ମୁଁ ଠିକ୍ ଅଛି। ମୁଁ ପୁରା ଠିକ୍ ଅଛି। ମୁଁ ରାଣ ଖାଉଛି ମୁଁ ଭଲ ଅଛି।”

ରେକର୍ଡିଂ କରୁଥିବା ବ୍ୟକ୍ତି ପୁନର୍ବାର ପ୍ରଶ୍ନ କରୁଛନ୍ତି, “ଏ କି ମେସିନ୍ ତୁମ ବେକରେ ବନ୍ଧା ହୋଇଛି” ଯାହାର ଉତ୍ତରରେ ସନ୍ନି କହୁଛନ୍ତି, “ଏହାକୁ ଟ୍ରାକ୍ସନ୍ ଡିଭାଇସ୍ କୁହାଯାଏ, ଏହା ମୁଣ୍ଡକୁ ସିଧା ରଖିଥାଏ । ଏହା ବେକରେ ଥିବା କଷ୍ଟକୁ ଦୂର କରିଥାଏ। ”

ଲାଗୁଛି ଯେ ସନ୍ନି ଲିଓନ ଏକ ପରଫମାନ୍ସ ପାଇଁ ଦୁବାଇକୁ ଯାଇଥିଲେ କିନ୍ତୁ ତାଙ୍କ ବେକରେ ଆଘାତ ଲାଗିଛି। ତେବେ ତାଙ୍କ ଆଘାତର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ତେବେ ସନ୍ନି କହିଛନ୍ତି ଯେ ସେ ତାଙ୍କ ପରଫମାନ୍ସ ଜାରି ରଖିବେ ଏବଂ କାର୍ଯ୍ଯକ୍ରମ ସରିବା ପରେ ସେ ପୁଣି ତାଙ୍କ ପରିବାର ପାଖକୁ ଭାରତକୁ ଫେରିଯିବେ ବୋଲି ଭିଡିଓ ଶେଷରେ କହିଛନ୍ତି।

ଆଶା କରୁଛୁ ଆଜିର ଏହି ଭିଡ଼ିଓ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭଲ ଲାଗିଛି ତେବେ ଏହାକୁ ଲାଇକ ଓ ସେୟାର କରନ୍ତୁ। ଏଭଳି ଭାଇରାଲ ଭିଡିଓ ଦେଖିବା ପାଇଁ ଯୋଡି ହୋଇ ରହନ୍ତୁ ଆମ ଚ୍ଯାଲେନ୍ କେନ୍ୟୁଜ ଓଡ଼ିଶା ସହ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.