ଭଦ୍ରକ: ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ, ଜଳିଗଲା ୭ବଖରା ଘର

ଚାନ୍ଦବାଲି(କେନ୍ୟୁଜ୍):  ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ, ଜଳିଗଲା ୭ବଖରା ଘର ।  ନିଆଁ ଆଁରେ ଲକ୍ଷାଧିକ ଟଙ୍କାର ସମ୍ପତି ଜଳିପୋଡି ନଷ୍ଟ।  ଭଦ୍ରକ ଜିଲ୍ଲା ତିହିଡି ତହସିଲ ପୀରହାଟ ପୁରୁଣାବଜାର ପାଢୀସାହି ମୁସଲମାନ ବସ୍ତିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ରୋଷେଇ ଚାଲୁଥିବା ସମୟରେ ଗ୍ୟାସ ଟାଙ୍କି ଫାଟିଥିଲା। ଏଥିରେ ଚାଳ ଛପର ପ୍ରାୟ କୋଡିଏ ଫୁଟ ଉପରକୁ ଉଠି ଯାଇଥିଲା। ଚାହୁଁ ଚାହୁଁ  ନିମିଷକ ମଧ୍ଯରେ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା। ଦମକଳ ବାହିନୀ ନିଆଁକୁ ଆୟତ୍ତ କରୁଥିବା ବେଳେ ଜଣେ ପୁରୁଷ ଓ ଦୁଇ ଜଣ ମହିଳା ଆହତ ହୋଇଥିବାର ସୂଚନା ମିଳିଛି।

ବର୍ଷା ସତ୍ତ୍ବେ ନିଆଁର ବେଗ ଥମି ନଥିଲା। ପ୍ୟାରା ସାହାଜୀ, ମୁର୍ସିଦ ସାହାଜୀ, ଝଡିଆ ସାହାଜୀ, ହାକିମୁଦିନ୍ ଖାଁ, କୌଶର ସାହା ଓ ଜୈରା ବିବିଙ୍କର ପ୍ରାୟ ଆଠ ବଖରା ଗୃହ ଭଷ୍ମିଭୁତ ହୋଇ ଯାଇଛି। ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ହେଁ ସବୁ କିଛି ନଷ୍ଟ ହୋଇଯାଇଛି।

ପୀରହାଟ ଆରଆଇ ମୀନକେତନ ଦାସ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିବା ଜଣାଯାଇଛି। ଅଗ୍ନିବିପନ୍ନ ପରିବାରକୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.