ପରକୀୟା ପ୍ରୀତି ଥିବା ଅଭିଯୋଗ କରି ଯୁବକଙ୍କୁ ଗାଁ ଦାଣ୍ଡରେ ଦଣ୍ଡ: ଅଜାଗାରେ ସିଗାରେଟ ଚେଙ୍କ ଦେଇ ୭ ଗିରଫ

କେନ୍ୟୁଜ୍(ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ସିନ୍ଧିଗୁଡ଼ା ଗ୍ରାମର ୭ ଜଣକୁ ଗିରଫ କରିଛି ପାପଡାହାଣ୍ଡି ପୋଲିସ। ଅନୈତିକ ସମ୍ପର୍କକୁ ନେଇ ଯୁବକଙ୍କୁ ଗଛରେ ବାନ୍ଧି ତାଙ୍କ ଯୌନାଙ୍ଗରେ ସିଗାରେଟର ଚେଙ୍କ ଦେଇ ଭିଡିଓ ଭାଇରାଲ କରିଥିଲେ ସିନ୍ଧିଗୁଡ଼ା ଗ୍ରାମାର କିଛି ଯୁବକ। ପୀଡିତ ଯୁବକଙ୍କ ଅଭିଯୋଗ ପରେ ଆଜି ପାପଡାହାଣ୍ଡି ପୋଲିସ ଉକ୍ତ ଘଟଣାରେ ଜଡିତ ଥିବା ୭ ଜଣକୁ ଗାଁରୁ ଉଠାଇ ଆଣି ଗିରଫ କରିଛି । ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ସିନ୍ଧିଗୁଡ଼ା ଗ୍ରାମର ଜନୈକ ଯୁବକ ଚନ୍ଦ୍ରପୁର ଗ୍ରାମର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ତାଙ୍କର ଚାରୋଟି ସନ୍ତାନ ମଧ୍ୟ ଅଛନ୍ତି ।

ରାଣୀଗୁଡା ଗ୍ରାମର ଯୁବକ ସେହି ଚନ୍ଦ୍ରପୁର ବିବାହିତ ଯୁବତୀଙ୍କ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଉଭୟଙ୍କୁ ଗାଁ ଦାଣ୍ଡରେ ଏକ ଗଛରେ ବାନ୍ଧି ଦେଇ ଏହାର ଭିଡିଓ କରିଥିଲେ କିଛି ଯୁବକ। ଏହାସହ ପ୍ରେମିକର ଗୁପ୍ତାଙ୍ଗରେ ସିଗାରେଟ ଚେଙ୍କ ଦେଇଥିଲେ କିଛି ଯୁବକ। ତଥାପି ଏତିକିରେ ସେମାନଙ୍କ ମନ ବୁଝି ନଥିଲା। ଏକ ଆଦିବାସୀ ଗୀତ ବଜାଇ ଗୀତର ତାଳେ ତାଳେ ଉଭୟଙ୍କୁ ଡ୍ୟାନ୍ସ କରାଇଥିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଆଜି ପୀଡ଼ିତ ଜଣକ ମୈଦଲପୁର ଫାଣ୍ଡିରେ ଏତଲା ଦେବାପରେ ଏତଲାକୁ ଆଧାର କରି ସିନ୍ଧିଗୁଡ଼ା ଗ୍ରାମରେ ପହଞ୍ଚି ୭ ଜଣକୁ ଉଠାଇ ଆଣି ସେମାନଙ୍କୁ ଗିରଫ କରି କୋର୍ଟ  ଚାଲାଣ କରିଛି ପୋଲିସ !

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.