ଓଡ଼ିଶା ଇତିହାସରେ ପ୍ରଥମ ; ୭୦ ପ୍ରତିଶତ ମହିଳା ପୋଛି ନେଲେ ଜିଲ୍ଲା ପରିଷଦ ସିଟ୍

(କେନ୍ୟୁଜ): ଜିଲ୍ଲା ପରିଷଦରେ ମହିଳାଙ୍କ ଗୁରୁତ୍ୱ ଦେଖିବାକୁ ମିଳିଛି। ୭୦ ପ୍ରତିଶତ ମହିଳା ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଛନ୍ତି। ୩୦ ଜିଲ୍ଲାରୁ ୨୧ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଛନ୍ତି ମହିଳା। ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତ ମହିଳାଙ୍କ ଲାଗି ସଂରକ୍ଷିତ। କିନ୍ତୁ ୭୦ ପ୍ରତିଶତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଛନ୍ତି। ଏତେ ସଂଖ୍ୟାରେ ଜିଲ୍ଲା ପରିଷଦକୁ ମହିଳାମାନେ ଲିଡ୍‌ କରିବା ଓଡ଼ିଶା ଇତିହାସରେ ପ୍ରଥମ।

ବଡ଼ ଜିଲ୍ଲା ମୟୂରଭଂଜ, ଗଞ୍ଜାମ, କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗିର, ସମ୍ବଲପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା ଜିଲ୍ଲାରେ ମହିଳା ଜିଲ୍ଲା ପରିଷଦ ଅଧ୍ୟକ୍ଷ ହୋଇଛନ୍ତି। ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଛନ୍ତି ସ୍ୱାଭିମାନ ଅଂଚଳର ସମରୀ ଟାଙ୍ଗୁଲ। ୨୬ ବର୍ଷୀୟ ସମରୀଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ। ସେହିପରି ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଛନ୍ତି ଦୁର୍ଗମ ଅଂଚଳ ବାମରାର କୁମୁଦୁନୀ ନାୟକ। ଏମାନଙ୍କ ଯୋଗୁଁ ଦୁର୍ଗମ ଅଂଚଳରେ ବିକାଶ ଆହୁରି ତ୍ୱରାନ୍ଵିତ ହେବ ବୋଲି ଆଶା କରାଯାଉଛି।

ସେହିପରି ୧୮ଟି ଅଣ ସଂରକ୍ଷିତ ଆସନ ମଧ୍ୟରୁ ୧୨ଟିରେ ଓବିସିରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହୋଇଛନ୍ତି । ୬୭ ପ୍ରତିଶତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରେ ରହିଛନ୍ତି ପଛୁଆ ବର୍ଗ ସଦସ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶ୍ରୁତି ମୁତାବକ ଓବିସିଙ୍କୁ ଅଗ୍ରାଧିକାର ଦିଆଯାଇଛି । ନିଜ ଜିଲ୍ଲା ଗଞ୍ଜାମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ଜଣେ ଓବିସି ମହିଳାଙ୍କୁ ଚୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.