ପ୍ଲାଷ୍ଟିକ ନଥାଇ ବି ଏହାକୁ କାହିଁକି କୁହାଯାଏ ପ୍ଲାଷ୍ଟିକ ସର୍ଜରୀ

ପ୍ଲାଷ୍ଟିକ ସର୍ଜରୀ । ଯେ କେହି ବି ଏ ନାଁ ଶୁଣିଥିବେ । କିନ୍ତୁ କେବେ ଭାବିଛନ୍ତି କି ଯଦି ଅସ୍ତ୍ରୋପଚାର ସମୟରେ ପ୍ଲାଷ୍ଟିକ ବ୍ୟବହାର ହୁଏ ନାହିଁ । ତେବେ ଏହାକୁ କାହିଁକି କୁହାଯାଉଛି ପ୍ଲାଷ୍ଟିକ ସର୍ଜରୀ । ଜାଣନ୍ତୁ ଏହା ପଛର କାରଣ । ଏକ ମେଣ୍ଟାଲ ଫ୍ଲସ ରିପୋର୍ଟରେ ଓହିଓ ସ୍ଥିତ ପ୍ଲାଷ୍ଟିକ ସର୍ଜନ ଡକ୍ଟର ବ୍ରାଏନ ଡର୍ନର କହିଛନ୍ତି କି ଲୋକମାନେ ପ୍ରାୟ ସ୍ତନ ପ୍ରତିରୋପଣକୁ ପ୍ଲାଷ୍ଟିକ ସର୍ଜରୀ ସହ ଯୋଡନ୍ତି । ସେମାନେ ଭାବନ୍ତି କି ଏହା ପ୍ଲାଷ୍ଟିକରେ ନିର୍ମିତ ହୋଇଥିବ । ତେଣୁ ଏହାକୁ ରକ୍ଷା କ୍ଷେତ୍ରରେ ବ୍ୟବହାର ହେଉଥିବା ହେତୁ ପ୍ଲାଷ୍ଟିକ ସର୍ଜରୀ ବୋଲି କୁହାଯାଇଥାଏ । କିନ୍ତୁ ପ୍ରକୃତ କାରଣ କଣ ଏହା କି ।

ବାସ୍ତବରେ ସିଲିକନ ସେଲରୁ ସ୍ତନ ପ୍ରତିରୋପଣ କରାଯାଏ । ଯେଉଁଥିରେ ସିଲିକନ ଜେଲ ଭରି ରହିଥାଏ ବୋଲି କହିଛନ୍ତି ଡକ୍ଟର ବ୍ରାଏନ ଡର୍ନର । ଆଶ୍ଚର୍ଯ୍ୟର କଥା ହେଉଛି ସିଲିକନ ମଧ୍ୟ ଏକ ପ୍ରକାର ପ୍ଲାଷ୍ଟିକ । ରବର ଓ ପ୍ଲାଷ୍ଟିକ ମିଶ୍ରଣରେ ଏହା ପ୍ରସ୍ତୁତ । କିନ୍ତୁ ଏହାକୁ ପ୍ଲାଷ୍ଟିକ ସର୍ଜରୀ କୁହାଯିବାର ପ୍ରକୃତ କାରଣ ଦଶନ୍ଧି ପୁରୁଣା ।

ରିପୋର୍ଟରେ କୁହାଯାଇଛି ପ୍ଲାଷ୍ଟିକ ଲାଟିନ ଶବ୍ଦ ପ୍ଲାଷ୍ଟିକସରୁ ଉତ୍ପନ୍ନ । ଏହାର ଅର୍ଥ ହେଉଛି କୌଣସି ଜିନିଷ ଫିଟ ହେବା ପାଇଁ ଆକାର ପରିବର୍ତ୍ତନ କରିବା । ଏକ ଜିନିଷ ଯାହା ବିଭିନ୍ନ ରୂପରେ ତିଆରି ହୋଇପାରେ । ୧୭ତମ ଶତାବ୍ଦୀରେ ଏହି ଶବ୍ଦଟି ଅଧିକ ବୟବହୃତ ହେବାକୁ ଲାଗିଲା । ଯେହେତୁ ଏହି ଉପାୟରେ ମାନବ ଶରୀରର ଯେକୌଣସି ଅଙ୍ଗ ଅସ୍ତ୍ରୋପଚାର ଦ୍ୱାରା ଆକାର ଦିଆଯାଏ । ସେଥିପାଇଁ ଏହାକୁ ପ୍ଲାଷ୍ଟିକ ସର୍ଜରୀ କୁହାଗଲା ।

ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ପ୍ଲାଷ୍ଟିକ ସର୍ଜରୀ ହୋଇଛି କିନ୍ତୁ ଏମିତି ବି ଅନେକ ଅଛନ୍ତି ଯେଉଁମାନେ ସୁନ୍ଦର ହେବା ପାଇଁ ବି ଏହା କରାଇଥାନ୍ତି । ବିଶେଷକରି ମହିଳାଙ୍କ କ୍ଷେତ୍ରରେ ଏହା ଅଧିକ କିନ୍ତୁ ଏମିତି ବି ପୁରୁଷ ଅଛନ୍ତି ଯେଉଁମାନେ କି ଜମା ବି ପଛରେ ନାହାନ୍ତି । ପ୍ଲାଷ୍ଟିକ ସର୍ଜରୀରେ ପୁରୁଷଙ୍କ ସଂଖ୍ୟା ବି ବଢିବାରେ ଲାଗିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.