ଜୟ ଗୁମ୍ଫା ପାହାଡ଼ ଉପରକୁ ଚଢିଗଲେ ୭୦ବର୍ଷିୟା ବୃଦ୍ଧା, ହେଲେ ଆଉ ଓହ୍ଲାଇ ପାରିଲେନି

ବହ୍ମପୁର(କେନ୍ୟୁଜ୍): ବୟସର ଅପରାହ୍ନରେ। ଦେହରେ ଟିକେ ବି ବଳ ନାହିଁ ଚାଲିବାକୁ। ହେଲେ ଏତେ ବଡ ପାହାଡ ଉପରକୁ ଗଲେ କମେତି?

ଘଟଣାଟି ଘଟିଛି ଗଞ୍ଜାମ ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗାଁର। ଏଇ ଗାଁର ସତୁରୀ ବର୍ଷୀୟା ବୃଦ୍ଧାଚଞ୍ଚଳା ଦଳେଇ। ଯାହାଙ୍କୁ ନିକଟସ୍ଥ ବିଶାଳ ଜୟ ଗୁମ୍ଫା ପାହାଡ଼ରୁ ଉଦ୍ଧାର କରିଛି ଚିକିଟି ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକମାନେ। ଗତକାଲି ସକାଳକୁ କୁଆଡେ ଚଞ୍ଚଳା ମାଉସୀ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ ଚଞ୍ଚଳା ମିଳିନଥିଲେ। ଦେହରେ ମାଂସ ଟିକେ ନାହିଁ, ଦିପାଦ ଚାଲିବାକୁ ସକ୍ଷମ ନୁହଁନ୍ତି ତଥାପି କୁଆଡେ କେମିତି ଚାଲିଗଲେ ବୋଲି ସଭିଏଁ ଭାବୁଥିଲେ।

ଠିକ୍ ଏତିକିବେଳେ ସନ୍ଧ୍ୟା ସମୟରେ ଖବର ମିଳିଲା ଢମଣାପଦର ଗାଁ ନିକଟରେ ଥିବା ପାହାଡ଼ ଉପରକୁ ଚଢିଯାଇଛନ୍ତି ଚଞ୍ଚଳା। ଏହାଶୁଣି ଅନ୍ଧାରରେ ଚାରି ପାଞ୍ଚ ଯୁବକ ଯାଇ ପାହାଡ ଉପରେ ଚଢିଥିଲେ ସୁଦ୍ଧା ବାଟବଣା ହୋଇଯାଇଥିଲେ ଏହି ପାହାଡକୁ ଦେଖିଲେ ଆଖିପାଉନି। ଯେଉଁଠି ଭେଣ୍ଡିଆ ଟୋକା ମାନେ ଚଢିବାକୁ ସାହସ ପାଉନାହନ୍ତି ସେଠି ଏଇ ୭୦ବର୍ଷର ବୃଦ୍ଧା ଗଲେ କେମିତି?

ତେବେ ବହୁ ଚେଷ୍ଟା ବିଫଳ ହେବାପରେ ଶେଷରେ ଦମକଳ ବାହିନୀକୁ ଖବର ଦିଆଗଲା। ଚିକିଟି ଦମକଳ ବାହିନୀ ରାତି ଗୋଟାଏରେ ଘଟଣା ସ୍ଥଳରେ ପହଞ୍ଚି ପାହାଡ଼ ଚଢି ଶିଖରରେ ପହଁଚି ଥିଲେ। ଦୀର୍ଘ ଛଅ ଘଣ୍ଟାର ଅପରେସନ୍ ପରେ ଉଦ୍ଧାର କରାଯାଇଥିଲା ବୃଦ୍ଧାକୁ। ତେବେ ଏହି ପାହାଡ଼ଟି ବିପଦ ସଂକୁଳ ଅବସ୍ଥାରେ ରହିଥିବା ବେଳେ କିଭଳି ଏହି ବୃଦ୍ଧା ପାହାଡ଼ ଚଢିଗଲେ ତାକୁ ନେଇ ଏବେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି ସ୍ଥାନୀୟ ଲୋକେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.