ଗଞ୍ଜେଇ ଚୋରା ଚାଲାଣବେଳେ ୩ ଗିରଫ, ୭୧ କିଲୋ ଗଞ୍ଜେଇ ଜବତ

ଗଞ୍ଜେଇ ଚାଲାଣ ବେଳେ ଆରପିଏଫର ୨ କନେଷ୍ଟେବଳଙ୍କ ସମେତ ୩ ଗିରଫ । ଆନ୍ଧ୍ରପ୍ରଦେଶର ଇଛାପୁରମ ପୋଲିସକୁ ବଡ଼ ସଫଳତା | ଇଛାପୁରମରରୁ ପୁନେକୁ ଗଞ୍ଜେଇ ଚାଲାଣ ବେଳେ ପାରଳାଖେମୁଣ୍ଡିର ୩ଜଣଙ୍କୁ ଗିରଫ କରିଛି ପୋଲିସ ।

ଗଜପତି(କେନ୍ୟୁଜ): ଗଞ୍ଜେଇ ଚାଲାଣ ବେଳେ ଆରପିଏଫର ୨ କନେଷ୍ଟେବଳଙ୍କ ସମେତ ୩ ଗିରଫ । ଆନ୍ଧ୍ରପ୍ରଦେଶର ଇଛାପୁରମ ପୋଲିସକୁ ବଡ଼ ସଫଳତା | ଇଛାପୁରମରରୁ ପୁନେକୁ ଗଞ୍ଜେଇ ଚାଲାଣ ବେଳେ ପାରଳାଖେମୁଣ୍ଡିର ୩ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରେ ୨ଜଣ ଆରପିଏଫ କନେଷ୍ଟେବଳ ଅଛନ୍ତି । ୭୧ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ଉତରା ଗୌଡ, କୁସା ଭୂୟାଁ, ରଞ୍ଜୁ ଗମାଙ୍ଗ । ସମସ୍ତେ ପାରଳାଖେମୁଣ୍ଡିର ଜଙ୍ଗାମ ସାହିରେ ରହୁଥିଲେ । ବ୍ରହ୍ମପୁରରୁ ଗଞ୍ଜେଇ ନେଇ ଇଛାପୁରମ ରେଳଷ୍ଟେସନ ଆସିଥିଲେ । କୋଣାର୍କ ଏକ୍ସପ୍ରେସରେ ପୁନେ ଯାଇଥାନ୍ତେ । ଅଧିକ ତଦନ୍ତ ପାଇଁ ଇଛାପୁର ପୋଲିସ ରିମାଣ୍ଡରେ ଆଣିଛି ବୋଲି ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.