୮ ଦେଶୀ ବନ୍ଧୁକ ସହ ବିସ୍ଫୋରକ ଜବତ, ଘଟଣାରେ ୪ ଜଣଙ୍କୁ ଗିରଫ କଲା ମୁରିବାହାଲ ପୋଲିସ

କଣ୍ଟାବାଞ୍ଜୀ (କେନ୍ୟୁଜ): ୮ଦେଶୀ ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ। ଘଟଣାରେ ୪ ଜଣ ଗିରଫ। ମୁରିବାହାଲ ପୋଲିସ ଦ୍ୱାରା କରଲାପିଟା ଗାଁରୁ ୮ଦେଶୀ ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ବେଆଇନ ଭାବେ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଘରେ ରଖିଥିବା ଅଭିଯୋଗରେ ଗାଁର ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଶିକାରୀ ମାନେ ଜଙ୍ଗଲରେ ଶୀକାର କରିବାକୁ ଯୋଜନା କରୁଥିବା ବେଳେ, ପୋଲିସ କୌଣସି ସୂତ୍ରରୁ ଖବର ପାଇ କରଲାପିଟା ଗାଁରେ ପହଁଞ୍ଚି ୮ ଟି ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି।

ଏନେଇ କଣ୍ଟାବାଞ୍ଜି ଏସ୍‌ଡିପିଓ ଡ଼. ହୃଷିକେଶ ମେହେର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ୮ ଟି ଦେଶୀ ବନ୍ଧୁକ ସହ ୧୯ଟି ଫୁଟା ଗୁଳି,୩ଟି ଜୀବନ୍ତ ଗୁଳି ସହ ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି। ଗିରଫ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.