ଗ୍ୟାସ ଲିକରୁ ଅଗ୍ନିକାଣ୍ଡ, ଗୋଟିଏ ପରିବାରର ୫ ଜଣ ଆହତ

ଯାଜପୁର (କେନ୍ୟୁଜ): ଗ୍ୟାସ ଲିକ ଯୋଗୁଁ ଅଗ୍ନିକାଣ୍ଡ। ଗୋଟିଏ ପରିବାରର ୫ ଜଣ ଆହତ। ଯାଜପୁର ବ୍ଳକ ନାଥସାହି ଗାଁର ଦିଜ କୁଣ୍ଡୁଙ୍କ ଘରେ ଘଟିଛି ଅଘଟଣ। ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ଆଜି ସନ୍ଧ୍ୟା ସମୟରେ ଦିଜଙ୍କ ଘର ଗ୍ୟାସ ଲିକ ହୋଇଥିଲା। ଏହାକୁ ଜାଣି ପାରିନଥିଲେ ପରିବାର ଲୋକ। ରୋଷେଇ ପାଇଁ ନିଆଁ ଲଗାଇବା ବେଳେ ହଠାତ ନିଆଁ ଚାରିଆଡେ ବ୍ୟାପିଯାଇଥିଲା।

ନିଆଁକୁ ଆୟତ୍ତ କରିବାକୁ ଯାଇ ମଧ୍ୟ ଅନ୍ୟମାନେ ଆହତ ହୋଇଛନ୍ତି। ଦିଜ ଙ୍କ ସମେତ ପତ୍ନୀ ବିଜୁଳି,ଝିଅ ମଞ୍ଜୁଲତା,ଜ୍ୱାଇଁ ନାରାୟଣ ବେହେରା ଏବଂ ଜଣେ ନାତୁଣୀ ଆହତ ହୋଇଛନ୍ତି। ସମସ୍ତ ଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଡାକ୍ତର ଖାନା ରେ ଭର୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଭଲ ରହିଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.