Below header

ଆରମ୍ଭ ହେଲା ଚନ୍ଦନ ଯାତ୍ରା, ନରେନ୍ଦ୍ରରେ ଚାପ ଖେଳିଲେ ମହାପ୍ରଭୁ

ପୁରୀ (କେନ୍ୟୁଜ): ଆଜି ପବିତ୍ର ଅକ୍ଷୟ ତୃତୀୟା । ରଥ ନିର୍ମାଣର ଅନୁକୂଳ ସହ ଆରମ୍ଭ ହୋଇଛି ଚନ୍ଦନ ଯାତ୍ରା । ସେଠାରେ ବିଧି ମୁତାବକ ପୂଜାର୍ଚ୍ଚନା ପରେ ଠାକୁରମାନେ ନୌକାରେ ବସି ଚାପ ଖେଳିଥିଲେ। ଚନ୍ଦନ ଚାପ ଦେଖିବାରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମି ଥିଲା। ଚନ୍ଦନ ଯାତ୍ରା ହେଉଛି ୪୨ ଦିନ । ଆଜିଠାରୁ ୨୧ ଦିନ ହେବ ବାହାର ଚନ୍ଦନ ଓ ବାକି ୨୧ ଦିନ ହେବ ଭିତର ଚନ୍ଦନ ଯାତ୍ରା । ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ରଥ ନିର୍ମାଣ ଅନୁକୂଳ ହୋଇଛି ।

ରାମକୃଷ୍ଣ, ମଦନମୋହନ, ଭୂଦେବୀ, ଶ୍ରୀଦେବୀ, ଶମ୍ଭୁଙ୍କ ମୂର୍ତ୍ତି ଆସି ରଥଖଳାକୁ ଆସି ରଥକାଠ ଦେଖି ତାପରେ ଚନ୍ଦନ ବିଜେ ହୋଇଛନ୍ତି । ଘଣ୍ଟଘଣ୍ଟା,ମୃଦଙ୍ଗ,କାହାଳୀ,ବାଜା ଓ ସଂକୀର୍ତ୍ତନ ଭିତରେ ମହାପ୍ରଭୁ ଚନ୍ଦନ ଯାତ୍ରା ପାଇଁ ବିଜେ କରିଥିଲେ । ଏହା ପରେ ଛେରାପହଁରା ହୋଇଛି । ସେଠାରେ ଜଳକ୍ରୀଡ଼ା ପରେ ବିଗ୍ରହମାନଙ୍କୁ ଜଳକୁଣ୍ଡରେ ନିମଜ୍ଜିତ କରାଯାଇଥିଲା। ତାପରେ ଦିନ ଚାପ ହୋଇଛି । ଦିନ ଚାପ ପରେ ରାତ୍ର ଚାପ ହେବ । ଦିନ ଚାପ ପରେ ମହାପ୍ରଭୂ ଚନ୍ଦନ କୁଣ୍ଡରେ ବୁଡି ରହିବେ । ପ୍ରଥମ ଦିନ ଦିନଚାପ ଗୋଟିଏ ଘେରା ଓ ରାତ୍ରଚାପ ଗୋଟିଏ ଘେରା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.