୯ ବର୍ଷ ନାବାଳିକାର ସନ୍ଦେହଜନକ ମୃତ୍ୟୁ: ମାମୁଁ ଘର ଲୋକ ଆଣିଲେ ହତ୍ୟା ଅଭିଯୋଗ

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସିମିନଇ ଗାଁରେ ଅଭାବନୀୟ ଘଟଣା । ବେକରେ ଲୁଗା ଲଗାଇ ୯ ବର୍ଷର ନାବାଳିକାଙ୍କ ଆତ୍ମହତ୍ୟା । ତେବେ ନାବାଳିକାଙ୍କ ବାପା ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ମାମୁଁ ଘର ଲୋକ ଏହାକୁ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ।

ନାତୁଣୀର ମୃତ୍ୟୁ ଖବର କାହିଁକି ପୋଲିସକୁ ଜଣାଇନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅଜା, ଆଇ । ଜ୍ୱାଇ ପୂନର୍ବିବାହ କରିବାକୁ ଚାହୁଁଥିବାରୁ ନାତିନାତୁଣୀ ବିରୋଧ କରୁଥିଲେ । ତେଣୁ ଜ୍ୱାଇଁ ନିଜ ଝିଅକୁ ମାରି ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି । ଏନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.