Below header

ସସପେଣ୍ଡ କଲେ କରିଦିଅନ୍ତୁ ହେଲେ ମୁଁ ପିଇବି, ଭାଇରାଲ୍ ହେଉଛି ନିଶାରେ ଚୁର ପୋଲିସ୍‌ ବାବୁଙ୍କ ଭିଡିଓ

ଉଦଳା(କେନ୍ୟୁଜ୍): ନିଶାରେ ଚୁର ପୋଲିସ୍‌ ବାବୁ । ନା ଚାଲିପାରୁଛନ୍ତି ନା ଛିଡା ହୋଇପାରୁଛନ୍ତି । କଣ କରୁଛନ୍ତି ନିଜେ ଜାଣିପାରୁନାହାନ୍ତି । ବାବୁ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କୁଣ୍ଡାବାଇ ଫାଣ୍ଡିରେ କାର୍ଯ୍ୟରତ କନେଷ୍ଟବଳ ଇଶ୍ୱର ମହାନ୍ତି ।

ଏମିତି ମଦ ପିଇଛନ୍ତି ଯେ ସେହି ମଦ କାଉଣ୍ଟର ସାମ୍ନାରୁ ଆଗକୁ ଯାଇ ପାରୁନାହାନ୍ତି । ନିଜକୁ ସମ୍ଭାଳି ପାରୁନାହାନ୍ତି ଗାଡି କେମିତି ସମ୍ଭାଳିବେ । ରାସ୍ତା କଡରେ ବସି ରହୁଛନ୍ତି । ଆଉ କିଛି ପଚାରିଲା ବେଳକୁ ପୁରା ରାଗି ଯାଉଛନ୍ତି । କହୁଛନ୍ତି, ସସପେଣ୍ଡ କରିବା କଥା କରି ଦିଅନ୍ତୁ ହେଲେ ସେ ପିଇବେ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.