ସରକାରୀ ଚାକିରି ମିଳିବା ମାତ୍ରେ ସ୍ୱାମୀକୁ ଭୁଲିଗଲା ସ୍ତ୍ରୀ, ଏବେ ନ୍ୟାୟ ପାଇବା ପାଇଁ ଅଭିଯୋଗ କରୁଛନ୍ତି ସ୍ୱାମୀ

ବାହାଘର ହେଉଛି ସମସ୍ତଙ୍କ ଜୀବନ ର ଏକ ବିଶେଷ ଅଂଶ। ଉଭୟ ପୁଅ ଓ ଝିଅ ପରସ୍ପର ଏକ ବନ୍ଧନରେ ଆବଦ୍ଧ ହୋଇଥାନ୍ତି। ବାହାଘର ପରେ ସ୍ବାମୀ ସ୍ତ୍ରୀଙ୍କ ସଂପର୍କ ଏକ ଏମିତି ସମ୍ପର୍କ ହୋଇଯାଏ ଯେ ଏହି ସମ୍ପର୍କ ସବୁ ସମ୍ପର୍କ ଠାରୁ ଶ୍ରେଷ୍ଠ ହୋଇଯାଇ ଥାଏ। ଉଭୟ ପରସ୍ପରର ସୁଖ ଦୁଃଖରେ ସାହାର ହୋଇଥାନ୍ତି । ଏହି ସମ୍ପର୍କ ଦୁନିଆର ସବୁ ସମ୍ପର୍କ ଠାରୁ ଉର୍ଦ୍ଧ୍ଵରେ ରୁହେ। କିନ୍ତୁ ଏବେ ଏହି ସ୍ୱାମୀ-ସ୍ତ୍ରୀ ସଂପର୍କର ଏଭଳି ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯେଉଁଠାରେ ଜଣେ ପତ୍ନୀ ସରକାରୀ ଚାକିରି ମିଳିବା ପରେ ନିଜ ସ୍ୱାମୀଙ୍କୁ ହିଁ ଭୁଲିଯାଇଛନ୍ତି ଏମିତିକି ତାଙ୍କୁ ଚିହ୍ନିବାକୁ ହିଁ ମନା କରିଦେଇଛନ୍ତି । ଏବେ ପୀଡ଼ିତ ସ୍ୱାମୀ ନ୍ୟାୟ ପାଇଁ ଧାଉଁଛନ୍ତି । ଏଭଳି ଘଟଣା ଶୁଣିବାକୁ ମିଳିଛି ବିହାରରେ।

ବିହାରର ସହରସା ଜିଲ୍ଲାରେ ପୋଲିସ ଚାକିରି ପାଇବା ପରେ ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଛାଡିଦେଇଛନ୍ତି। ଏହି ମାମଲାରେ ସହରସା ନିବାସୀ ମିଥୁନ ପୋଲିସ ଅଧୀକ୍ଷକଙ୍କ (ଏସପି) ନିକଟରେ ପହଞ୍ଚି ପୂରା ମାମଲା ବିଷୟରେ କହି ନ୍ୟାୟ ଦେବାକୁ ଅନୁରୋଧ କରିଛନ୍ତି । ମିଥୁନ କୁମାର ତାଙ୍କ ଆବେଦନରେ ଲେଖିଛନ୍ତି ଯେ ସେ ଏବଂ ତାଙ୍କ ପତ୍ନୀ ଏକାଠି ପୋଲିସ ଚାକିରି ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ଦୁହେଁ ପ୍ରେମରେ ପଡିଥିଲେ, ପରେ ପରିବାରର ଅନୁମୋଦନ ପାଇବା ପରେ ଉଭୟ ୫ ମଇ ୨୦୨୧ ରେ ବିବାହ କରିଥିଲେ। କିନ୍ତୁ ଏହା ପରେ ପତ୍ନୀ ଚାକିରି ପାଇବା ମାତ୍ରେ ସେ ଏକାଠି ରହିବାକୁ ମନା କରିଦେଇଥିଲେ।

ସହରସା ନିବାସୀ ମିଥୁନ କୁମାର କୁହନ୍ତି, “ଆମେ ଅନେକ ମାସ ଧରି ଏକାଠି ରହୁଥିଲୁ”। ଉଭୟ ଚାକିରି ପାଇଁ ପ୍ରସ୍ତୁତ ହେଉଥିଲେ। ପତ୍ନୀ ବିହାର ପୋଲିସରେ ଚାକିରି ପାଇଥିଲେ। ଏହି ସମୟରେ ଯେତେବେଳେ ସେ ସମସ୍ତୀପୁର ପତ୍ନୀଙ୍କୁ ଦେଖାକରିବାକୁ ପହଞ୍ଚିଥିଲେ ସେତେବେଳେ ସେ ତାଙ୍କୁ ଚିହ୍ନି ନଥିଲେ ଏବଂ ନିଜ ପତ୍ନୀ ଭାବେ ସ୍ୱୀକାର କରୁନଥିଲେ । ଯାହା ଦେଖି ମିଥୁନ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ ।

ସ୍ୱାମୀ କହିଛନ୍ତି ଯେ ବିବାହ ପରେ ଯେତେବେଳେ ପତ୍ନୀ ବିହାର ପୋଲିସର ଚାକିରି ପତ୍ର ପାଇଥିଲେ ସେତେବେଳେ ସେ ଟଙ୍କା ମାଗିବା ଆରମ୍ଭ କରିଥିଲେ। ସେ ତାଙ୍କ ପତ୍ନୀ ହରପ୍ରିୟାଙ୍କ ପାଇଁ ୧୪-୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଯେତେବେଳେ ସେ ପୋଲିସ୍ ଟ୍ରେନିଂ ପାଇଁ ଯାଇଥିଲେ ଏବଂ ସେ ତାଙ୍କୁ ଭେଟିବାକୁ ଯାଇଥିଲେ, ତାଙ୍କ ପତ୍ନୀ ତାଙ୍କୁ ଚିହ୍ନିବାକୁ ମନା କରିଦେଇଥିଲେ। ଏବଂ ମତେ ଅନ୍ୟ ମାନଙ୍କ ମାଧ୍ୟମରେ ସେଠାରୁ ଘଉଡ଼ାଇ ଦେଇଥିଲେ।

ଅନ୍ୟପକ୍ଷରେ, ପତ୍ନୀ ଅଭିଯୋଗ କରିଛନ୍ତି ଯେ ମିଥୁନ ମୋତେ ସନ୍ଦେହ କରୁଛନ୍ତି, ତେଣୁ ତାଙ୍କ ସହ ରହିବାକୁ ଚାହାଁନ୍ତି ନାହିଁ। ଚାକିରି ପାଇବା ପରେ ସେ ମୋଠାରୁ ଟଙ୍କା ମାଗୁଥିଲେ। କ୍ରମାଗତ ଭାବରେ ୨୫ ଲକ୍ଷ ଦାବି କରୁଥିଲେ। ଯଦି ମୁ ଟଙ୍କା ନଦିଏ ତେବେ ତାଙ୍କୁ ମାରିଦେବାକୁ ଧମକ ଦେଉଥିଲେ। ହରପ୍ରିୟା କହିଛନ୍ତି ଯେ ମିଥୁନ ଚାକିରିରୁ ବରଖାସ୍ତ ହେବା ବିଷୟରେ ମଧ୍ୟ କହୁଛନ୍ତି। କେବଳ ଏତିକି ନୁହେଁ, ସେ ମୋତେ ଏବଂ ମୋ ପରିବାରକୁ ମଧ୍ୟ ଦୁର୍ବ୍ୟବହାର କରୁଥିଲେ । ହରପ୍ରିୟା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ମିଥୁନ ଅନ୍ୟ ଝିଅ ସହିତ ମଧ୍ୟ ପ୍ରେମ ସମ୍ପର୍କ ରଖିଛନ୍ତି। ସେ କହିଛନ୍ତି, “ଜୁଲାଇ ୬ ରେ ମିଥୁନଙ୍କ ପରିବାରର ଲୋକମାନେ ସାମାଜିକ ସ୍ତରରେ ମୋ ଘରକୁ ଆସିଥିଲେ। ଦୁଇ ପରିବାର ମଧ୍ୟରେ ନିଷ୍ପତ୍ତି ନିଆଯାଇଥିଲା ଯେ ବର୍ତ୍ତମାନ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ସମାପ୍ତ ହୋଇଛି।”

ଏହି ଘଟଣାକୁ ନେଇ ମିଥୁନ କହିଛନ୍ତି ଯେ “ମୋ ପ୍ରତି ଅନେକ ଅନ୍ୟାୟ କରାଯାଇଛି, ଏକ ଠକେଇ କରାଯାଇଛି। ମୁଁ ନ୍ୟାୟ ପାଇବା ପାଇଁ ଏସପିଙ୍କ ଦ୍ୱାରସ୍ଥ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.