Below header

ପୋଖରୀ ଭିତରୁ ରାଜମିସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ଭଞ୍ଜନଗର(କେନ୍ୟୁଜ୍): ପୋଖରୀ ଭିତରୁ, ରାଜମିସ୍ତ୍ରୀଙ୍କ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ତାରିସିଙ୍ଗି ଥାନା ଅନ୍ତର୍ଗତ ଦୋମୁହାଁଣି ଗାଁ ପୋଖରୀରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ଦୋମୁହାଁଣି ଗ୍ରାମର ବାବୁଲା ବେହେରା ।

ପୋଖରୀକୁ ଗାଧୋଇବାକୁ ଯାଇ ଅସାବଧାନତା ବଶତଃ ଗୋଡ଼ ଖସିଯିବାରୁ ପାଣିରେ ବୁଡି ଯାଇଥିବା କୁହାଯାଉଛି । ତେବେ ଦୀର୍ଘ ସମୟଧରି ତାଙ୍କର କୈାଣସି ପତ୍ତା ନମିଳିବାରୁ , ଭଞ୍ଜନଗର ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି ପରେ , ପୋଖରୀ ଭିତରୁ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତଦେହକୁ ଜବତ କରି, ଘଟଣାର ତଦନ୍ତ ଚଳାଇଛି ତାରାସିଙ୍ଗି ଥାନା ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.