ପେସେଣ୍ଟ ନମ୍ବର ୫୫ଙ୍କର ଆସିଲା କେସ୍‌ ହିଷ୍ଟ୍ରି, ଭୁବନେଶ୍ୱରର ବମିଖାଲ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ୩୫ ବର୍ଷୀୟ ଯୁବକ

କେନ୍ୟୁଜ(ବ୍ୟୁରୋ): ରାଜ୍ୟରେ ଆଉ ଜଣେ ପଜେଟିଭ ଚିହ୍ନଟ ।  ଭୁବନେଶ୍ୱରର ବମିଖାଲ ଆକ୍ରାନ୍ତଙ୍କ ସଂସ୍ପର୍ଶ ରେ ଆସି ୩୫ ବର୍ଷୀୟ ଯୁବକ ଆକ୍ରାନ୍ତ ହୋଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ସୁବ୍ରତ ବଗଚୀ । ବର୍ତ୍ତମାନ ଏହି ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ୫୫ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ଏହି ଯୁବକଙ୍କୁ ମିଶାଇ ଭୁବନେଶ୍ୱରରେ୪୨ ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା  । ଏଯାବତ ୪୧୭୦ଟି ସାମ୍ପଲ ଟେଷ୍ଟ କରାଯାଇଛି, ୫୫ ସାମ୍ପଲ ପଜିଟିଭ, ୧୩ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଆକ୍ରାନ୍ତଙ୍କୁ ଭୁବନେଶ୍ୱରର କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପେସେଣ୍ଟ ନମ୍ବର ୫୫ଙ୍କର ଆସିଲା କେସ୍‌ ହିଷ୍ଟ୍ରି । ସେ ହେଲେ ୩୫ ବର୍ଷୀୟ ଯୁବକ । ତାଙ୍କ ଘର ଭୁବନେଶ୍ୱର ବମିଖାଲ କଣ୍ଟେନମେଣ୍ଟ ଜୋନରେ । ପୂର୍ବରୁ ପଜିଟିଭ୍‌ ଚିହ୍ନଟ ୭, ୮, ୨୨ ଓ ୩୯ ନମ୍ବର ଆକ୍ରାନ୍ତଙ୍କ ସେ ପଡ଼ୋଶୀ । ଗତ ମାର୍ଚ୍ଚ ୨୨ରୁ ଏପ୍ରିଲ ୧୨ ତାରିଖ ପର୍ଯ୍ୟନ୍ତ ସେ ବମିଖାଲ ଅନ୍ତର୍ଗତ ଜୟଦୁର୍ଗା ନଗର ଆପାର୍ଟମେଣ୍ଟରେ ରହୁଥିଲେ । ଲକ୍‌ଡାଉନ୍‌ ବେଳେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ପରେ ସର୍ଭେଲାନ୍ସ ଟିମ୍‌ ତାଙ୍କ ନମୁନା ସଂଗ୍ରହ କରିଥିଲେ । ଆଜି ତାଙ୍କର ରିପୋର୍ଟ ଆସିଛି ପଜିଟିଭ୍‌ । ଏହାପରେ ତାଙ୍କୁ କିମ୍ସ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.