ଶିକ୍ଷକ ମାନଙ୍କ ଆନ୍ଦୋଳନ ସ୍ଥଗିତ: ସମସ୍ୟା ସମାଧାନ ପାଇଁ ଗଠନ ହେଲା ୪ ଜଣିଆ କମିଟି

ଭୁବନେଶ୍ବର(କେନ୍ୟୁଜ୍):ପ୍ରାଥମିକ ଶିକ୍ଷକଙ୍କ ସମସ୍ୟା ସମାଧାନ ପାଇଁ ଗଠନ ହେଲା ୪ ଜଣିଆ କମିଟି । ଏହି କମିଟିରେ ଅଛନ୍ତି ମୁଖ୍ୟ ସଚିବ, ସାଧାରଣ ପ୍ରଶାସନ ବିଭାଗର ସଚିବ, ଅର୍ଥ ସଚିବ ଓ ଗଣଶିକ୍ଷା ସଚିବ । ଏହି କମିଟିର ଚେୟାରମ୍ୟାନ ଅଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ଆଜି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଓ ମୁଖ୍ୟ ସଚିବଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ଆସନ୍ତା ୧୬ ରୁ ୨୦ ତାରିଖ ମଧ୍ୟରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପ୍ରତିନିଧିଙ୍କ ସହ ୪ ଜଣିଆ କମିଟି ଭେଟିବେ । ଏଥିରେ ଶିକ୍ଷକଙ୍କ ଦାବି ଉପରେ ଆଲୋଚନା ହେବ । ଏକ୍ଷେତ୍ରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନୋଡାଲ ଡିପାର୍ଟମେଣ୍ଟ ଭାବେ କାମ କରିବ । ୩ ଦଫା ଦାବିରେ ଲୋୟର ପିଏମଜିରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଧାରଣା ଆଜି ଚତୁର୍ଥ ଦିନରେ ପହଞ୍ଚିଛି ।
ଶିକ୍ଷା ସହାୟକ ଭାବେ ନିଯୁକ୍ତ ହୋଇଥିବା ୬ ବର୍ଷ ସମୟକୁ ରେଗୁଲାର ନିଯୁକ୍ତି ଭାବେ ବିବେଚନା କରି ଇନକ୍ରିମେଣ୍ଟ ପ୍ରଦାନ କରାଯାଉ । କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ନୂତନ ପେନସନ ନୀତି ପରିବର୍ତ୍ତେ ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ ପାଇଁ ଆନ୍ଦୋଳନକାରୀ ଦାବି ରଖିଛନ୍ତି ।