ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୫ବର୍ଷର ଶିଶୁ ମୃତ

କେନ୍ୟୁଜ : ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୫ବର୍ଷର ଶିଶୁ ମୃତ । ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ହାତିଢିହ ଗାଁରେ ଅଘଟଣ । ମୃତ ଶିଶୁର ନାମ ଦିପାଞ୍ଜଳି ମଲ୍ଲିକ । ଗାଁ ର ଚକ୍ରଧର ମଲ୍ଲିକଙ୍କ ଝିଅ ଦୀପା ସକାଳେ ନିଜ ବାଡ଼ିରେ ଖେଳୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ।

ସୂଚନା ଅନୁଯାୟୀ ଗତକାଲି ଧାମନଗର ବିଦ୍ୟୁତ ବିଭାଗ ପକ୍ଷରୁ ଏଲଇଟି ଲାଇନ ଖୋଲି ଦିଆଯାଇ କେବୁଲ ଲାଇନ ସଂଯୋଗ କରାଯାଇଥିଲା । ହେଲେ ଭୁଲ ବଶତଃ ଫାଙ୍କା ଏଲଇଟି ଲାଇନ ଛାଡିଦେଇଥିଲେ । ସକାଳେ ଦିପାଞ୍ଜଳି ଖେଳୁଥିବା ସମୟରେ ତରାରେ ଲାଗୀ ଯାଇଥିଲେ । ତେବେ ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.