ଢେଙ୍କାନାଳ: ଭୁବନ ଗାଁ ପୋଖରୀରେ ଭାସୁଛି ନବଜାତ ଶିଶୁର ମରଶରୀର , ପୋଲିସ ତଦନ୍ତ ପାଇଁ ଅଞ୍ଚଳବାସୀଙ୍କ ଦାବି

ଢେଙ୍କାନାଳ(କେନ୍ୟୁଜ୍): ଭୁବନ ଥାନା ଅନଳ ଗାଁରେ ଅଘଟଣ। ନିକଟସ୍ଥ ତାରିଣୀ ମନ୍ଦିର ନିକଟ ପୋଖରୀରେ ଏକ ମୃତ ଶିଶୁର ମରଶରୀର  ଭାସୁଥିବାର ଦେଖିବାକୁ ମିଳିଛି। ଶିଶୁର ମରଶରୀର ଗତ ଦୁଇଦିନ ହେବ ଏମିତି ପାଣିରେ ଭାସୁଥିବା ନେଇ ଗ୍ରାମବସୀମାନେ ସନ୍ଦେହ କରୁଛନ୍ତି।  ଗତ କାଲି ଗ୍ରାମର କିଛି ଲୋକ ମାଛ ଧରିବା ପାଇଁ ପୋଖରି କୂଳକୁ ଯାଇଥିଲେ। ସେଠାରେ ଏହି  ଶିଶୁର ମରଶରୀର ଭାସୁଥିବାର ଦେଖି ଗଣମାଧ୍ୟମକୁ ଖବର ଦେଇଥିଲେ। ତେବେ ସେଠରେ ଏପର୍ଯ୍ୟନ୍ତ  ପୋଲିସ ପହଞ୍ଚି ନଥିବାରୁ ସ୍ଥାନୀୟବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ଘଟଣାର ପୋଲିସ ତଦନ୍ତ ପାଇଁ ଅଞ୍ଚଳବାସୀମାନେ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.