ଜାଗର ଯାତ୍ରା ପାଇଁ ପୂର୍ବାହ୍ନ ୧୧ଟାରେ ASIଙ୍କ କାର୍ଯ୍ୟାଳୟରେ ବସିବ ସମନ୍ଵୟ ବୈଠକ, ଅଧିକାରୀ ଓ ସେବାୟତ ନିଯୋଗଙ୍କ ସହ ହେବ ଆଲୋଚନା

ଭୁବନେଶ୍ୱର (କେନ୍ୟୁଜ): ଜାଗର ଯାତ୍ରା ପାଇଁ ଆଜି ବସିବ ସମନ୍ଵୟ ବୈଠକ । ପୂର୍ବାହ୍ନ ୧୧ ଟାରେ ASIଙ୍କ କାର୍ଯ୍ୟାଳୟରେ ଜାଗର ଯାତ୍ରା ସମ୍ପର୍କିତ ସମନ୍ଵୟ ବୈଠକ ଡାକିଛନ୍ତି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ସାହୁ । ଅଧିକାରୀ ଓ ସେବାୟତ ନିଯୋଗଙ୍କ ସହ ହେବ ଆଲୋଚନା । ମହାଶିବରାତ୍ରି ପୂର୍ବରୁ ଝଟକିବ ଶ୍ରୀଲିଙ୍ଗରାଜ ମନ୍ଦିର । ଏଥିପାଇ ASI ପକ୍ଷରୁ ମନ୍ଦିର ମରାମତି ଆରମ୍ଭ ହୋଇଛି । ତେବେ ଜାଗର ପୂର୍ବରୁ ସମସ୍ତ କାର୍ଯ୍ୟ ସରିବା ନେଇ ସନ୍ଦେହ ପ୍ରକାଶ ପାଇଛି ।

ତେବେ ବୈଠକରେ ସାମିଲ ହେବାକୁ ମନ୍ଦିରର ପ୍ରମୁଖ ନିଯୋଗ ସମ୍ପାଦକ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ କୁହାଯାଇଛି । ୧ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ମନ୍ଦିରର ସମସ୍ତ ଅଂଶ ମରାମତି ହେବ । ଏହି କାର୍ଯ୍ୟ ସରକାରଙ୍କ ଏକାମ୍ର ଯୋଜନା ଆରମ୍ଭ ପୂର୍ବରୁ ସରିବ। ଏନେଇ ASI ଠିକାଦାରଙ୍କୁ କାର୍ଯ୍ୟାଦେଶ ଦେବା ପରେ ଠିକାଦାର ମରାମତି ଆରମ୍ଭ କରିଛନ୍ତି । ଜାଗର ଯାତ୍ରାକୁ ଆଉ ମାତ୍ର ୧୫ ଦିନ ରହିଲା । ମେଘନାଦ ପାଚେରିିର ସଂଯୋଗ ଅଂଶ, ବେଢା ଭିତର ଚଟାଣ ଓ ପାର୍ବତୀ ବିଶ୍ୱକର୍ମା, ଭୁବନେଶ୍ୱରୀ, ଏକାମ୍ରେଶ୍ୱର, ଉଗ୍ରେଶ୍ୱର ମହାଦେବ ଓ ଗଣେଶ ମନ୍ଦିର ଆଦିର ଦୁର୍ବଳ ଅଂଶ ମରାମତି ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.