ମେକ ଇନ ଓଡ଼ିଶା କନକ୍ଲେଭରପୂର୍ବରୁ ଓଡ଼ିଶା ଗସ୍ତରେ ଆସିବେ ASEANର ପ୍ରତିନିଧି ଦଳ

ଭୁବନେଶ୍ବର(କେନ୍ୟୁଜ୍):ମେକ ଇନ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ ପୂର୍ବରୁ ASEANର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିବେ । ମିଆଁମାର, ଇଣ୍ଡୋନେସିଆ, ଫିଲିପାଇନ୍ସ, ଥାଇଲାଣ୍ଡ,ମାଲେସିଆ, ସିଙ୍ଗାପୁର, ଭିଏତନାମ ଆଦି ଦେଶର ପ୍ରତିନିଧି ଓଡ଼ିଶା ଆସିବେ । ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ କଣ କଣ ସୁଯୋଗ ରହିଛି ତାହା ବୁଲି ଦେଖିବେ । ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଖଣି, ଆଇଟି ଆଦି କ୍ଷେତ୍ରରେ କଣ ସୁଯୋଗ ରହିଛି ତାର ଅନୁଧ୍ୟାନ କରିବେ ।

ଦିଲ୍ଲୀ ସମ୍ମିଳନୀରେ ୨୭ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ବେଶ ଉତ୍ସାହଜନକ ରହିଛି । ମେକ ଇନ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣକୁ ବିରାଟ ସଫଳତା ମିଳିବ । ଚଳିତବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣ ଆୟୋଜନ ହେବ । ତା ପୂର୍ବରୁ ଦେଶର ପ୍ରମୁଖ ସ୍ଥାନରେ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ର ଆୟୋଜନ ହେଉଛି। ଦିଲ୍ଲୀ ପରେ ମୁମ୍ବାଇରେ ଖୁବଶୀଘ୍ର ଓଡ଼ିଶା ଇନଭେଷ୍ଟର ମିଟ୍‌ ହେବ । ପରେ ବେଙ୍ଗାଳୁରୁ, ଚେନ୍ନାଇ ଓ କୋଲକାତା ଆଦି ସ୍ଥାନରେ ଓଡିଶା ଇନଭେଷ୍ଟର ମିଟ୍‌ ହେବ ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.