ସାବଧାନ୍! ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ନାଁରେ ହ୍ଵାଟସ ଆପ୍ ଫେକ ଆକାଉଣ୍ଟ, ମେସେଜ ଦ୍ବାରା ଟଙ୍କା ମାଗିଲେ ନଦେବାକୁ ଅପିଲ
ଭୁବନେଶ୍ୱର(କେନ୍ୟୁଜ୍): ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ନାଁରେ ହ୍ଵାଟସ ଆପ୍ ଫେକ ଆକାଉଣ୍ଟ । ସାଇବର ଅପରାଧୀ ଫେକ୍ ଆକାଉଣ୍ଟ କରି ଲିଙ୍କ୍ରେ ଥିବା ଲୋକଙ୍କୁ ମେସେଜ ପଠାଉଛି । ଏନେଇ କ୍ରାଇମବ୍ରାଞ୍ଚ ଥାନାକୁ ଅବଗତ କରାଇଛନ୍ତି ଅଗ୍ନିଶମ ଡିଜି ।
ଏଭଳି ମେସେଜ କିମ୍ବା କଲ୍ ଆସିଲେ ନିକଟସ୍ଥ ସାଇବର ଥାନାରେ ଜଣାଇବାକୁ ଅନୁରୋଧ କରିଛନ୍ତି । ଟଙ୍କା ମାଗିଲେ ନଦେବାକୁ ଅପିଲ କରିଛନ୍ତି ।