ଏବେବି ଚାଲିଛି ହିଟଲରୀ ଶାସନ: ମିଛ ଧରାପଡିଗଲା ବୋଲି, ସତ କହିଥିବା ପରିବାରକୁ ଏକ ଘରିକିଆ କରିଦେଲେ 

ପୂର୍ବରୁ ଚାଲିଆସୁଥିବା ଘୃଣ୍ୟ ପ୍ରାଥକୁ ଜାବୁଡି ରଖିଛନ୍ତି କିଛି ନିଚ୍ଚ ମାନସିକତାର ଲୋକେ । ଛୋଟ ଛୋଟ କଥାକୁ ନେଇ ଦିଆଯାଉଛି ନିର୍ଯ୍ୟାତନା। ଠିକ୍ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଢେଙ୍କାନାଳ ଜିଲ୍ଲା ଭୂବନ ବ୍ଲକ ଜୟପୁର ଗ୍ରାମରୁ ।

କାମାକ୍ଷାନଗର (କେନ୍ୟୁଜ):  ମନୁଷ୍ୟ ସମାଜ ଯେତେ ଆଗକୁ ଗଲେ ମଧ୍ୟ ଆଜି ଏମିତି ଅନେକ ସ୍ଥାନରେ ଦେଖିବାକୁ ମିଳୁଛି ନିଚ୍ଚ ମାନସିକତା । ସଭ୍ୟ ବୋଲାଉଥିବା ସମାଜରେ ଘଟୁଛି ଅସଭ୍ୟ ଘଟଣା ।  ପୂର୍ବରୁ ଚାଲିଆସୁଥିବା ଘୃଣ୍ୟ ପ୍ରାଥକୁ ଜାବୁଡି ରଖିଛନ୍ତି କିଛି ନିଚ୍ଚ ମାନସିକତାର ଲୋକେ । ଛୋଟ ଛୋଟ କଥାକୁ ନେଇ ଦିଆଯାଉଛି ନିର୍ଯ୍ୟାତନା। ଠିକ୍ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଢେଙ୍କାନାଳ ଜିଲ୍ଲା ଭୂବନ ବ୍ଲକ ଜୟପୁର ଗ୍ରାମରୁ ।

ସୂଚନା ମୁତାବକ, ଏହି ଗ୍ରାମରେ ଅଙ୍ଗନାବାଡି ନିଯୁକ୍ତିକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଫଳରେ ଗ୍ରାମର ଜ୍ୟୋର୍ତିମୟୀ ପାତ୍ର ଅବେଦନ କରିଥିଲେ। ଏବଂ ପରବର୍ତ୍ତି ସମୟରେ ବ୍ଲକ ତରଫରୁ ଅବଜେକସନ୍ ପାଇଁ ମଧ୍ୟ ନୋଟିସ ଦିଆଯାଇଥିଲା । ତେଣୁ ଜ୍ୟୋର୍ତିମୟୀ ପାତ୍ର ଅଭିଯୋଗ କରିଥିଲେ ଆବେଦନ କରିଥିବା ପ୍ରଜ୍ଞା ବେହେରା ଓ ଶୁଭସ୍ମିତା ମଲ୍ଲିକ ମିଥ୍ୟା ଜାତିଗତ ପ୍ରମାଣ ପତ୍ର ଦେଇ ଚାକିରି ପାଇଁ ଆବେଦନ କରିଛନ୍ତି ବୋଲି । ଏହାକୁ ନେଇ ବିଭାଗ ତରଫରୁ ତଦନ୍ତ ହେବା ପରେ ପ୍ରଜ୍ଞା ବେହେରା ଓ ଶୁଭଶ୍ମିତା ମଲ୍ଲିକକୁ ବାଦ ଦିଆଯାଇଥିଲା। ତେବେ ଏହି ଘଟଣା ପରେ ଗ୍ରାମର ସଭାପତି ଓ ସଂପାଦକ ଏକ ସଭା ଡକାଇ ଜ୍ୟୋର୍ତିମୟୀଙ୍କ ଶ୍ୱଶୁରଙ୍କୁ କହିଥିଲେ ଜ୍ୟୋର୍ତିମୟୀ ଅଭିଯୋଗ କରିଥିବା ଦରଖାସ୍ତକୁ ଫେରାଇ ଆଣିବାକୁ । ଏହା ନକରିବାରୁ ଜ୍ୟୋର୍ତିମୟୀଙ୍କ ପରିବାରକୁ ଗ୍ରାମରୁ ବାସନ୍ଦ କରାଯିବାକୁ ଘୋଷଣା କରାଯାଇଥିଲା।

ଯାହା ଫଳରେ ଏବେ ଗାଁରେ ବାସନ୍ଦ ଜୀବନ ବିତାଇବାକୁ ପଡିଛି ଏହି ପରିବାରକୁ । ଏମିତିକି ନିଆଁ ପାଣି,ଧୋବା,ବାରିକ ଓ ନିଜ ବିଲରେ ଚାଷ କରିବାକୁ ମଧ୍ୟ ବାରଣ କରଯାଉଛି। ଦୋକାନରୁ ତେଜରାତି ଜିନିଷ ଠାରୁ ଆରମ୍ଭ କରି ଗଉଡଙ୍କୁ ମଧ୍ୟ  ଜ୍ୟୋର୍ତିମୟୀଙ୍କ ଘରକୁ ଯିବାକୁ ମନା କରି ଦିଆଯାଇଛି । ଏହି ସବୁ ଘଟଣା ପରେ ଜ୍ୟୋର୍ତିମୟୀ ପାତ୍ରଙ୍କୁ ୦୩.୧୦.୨୦୨୩ ରିଖରେ ନିଯୁକ୍ତି ଦିଆଯାଇଥିଲା । ନିଯୁକ୍ତି ପରଠାରୁ ବିଭିନ୍ନ ସମୟରେ ଗ୍ରାମର ଲୋକମାନେ ତାଙ୍କୁ ହଇରାଣ କରୁଛନ୍ତି। ନିଜ ବିଲରେ ଚାଷ କରାଇବାକୁ ଛାଡୁ ନଥିବା ବେଳ,ଅନ୍ୟ ଗ୍ରାମରୁ ଟ୍ରାକ୍ଟର ଆଣିଥିଲେ ମଧ୍ୟ ତାହାକୁ ମଧ୍ୟ ଛାଡୁ ନାହାନ୍ତି ।

ଯାହା ଫଳରେ ବିଲ ଏବେ ପଡିଆ ପଡିଛି। ତେବେ ସମାଧାନ ପାଇଁ ସରପଞ୍ଚଙ୍କୁ କହିବାରୁ ୫ଲକ୍ଷ ଟଙ୍କା ଦେଲେ ଗ୍ରାମ ସହିତ ମିଶିପାରିବ ବୋଲି କହିଥିବା ନେଇ ଅଭିଯୋଗ କରିଛନ୍ତି ଜ୍ୟୋର୍ତିମୟୀ । ତେବେ ଏନେଇ ଗତକାଲି କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି ଏହି ପରିବାର । ଶିଘ୍ର ସମାଧାନ କରାଯିବା ନେଇ ନିଜ ପ୍ରତିକ୍ରିୟାରେ କହିଛନ୍ତି ଉପଜିଲ୍ଲାପାଳ। ତେବେ ଚକିତ ଲାଗୁଛିକି, ଏବେ ବି ଚାଲିଛି ମଧ୍ୟଯୁଗୀୟ ହିଟଲରୀ ଶାସନ। କଥା କଥା କେ ସାମାଜିକ ବାସନ୍ଦ ହେଉଛନ୍ତି ଲୋକେ। ଏହା କେତେଦୁର ଠିକ୍ ଅଆପଣ ହିଁ ବିଚାର କରନ୍ତୁ ।

 

 

Leave A Reply

Your email address will not be published.