Below header

ଉତ୍ତରପ୍ରଦେଶର ଏକ ଗାଁରୁ ୫୦ ମିଟର ଲମ୍ବର ମୋବାଇଲ୍‌ ଟାଓ୍ଵାର ନେଇ ଗଲେ ଚୋର

ଉତ୍ତରପ୍ରଦେଶର କୌଷିମ୍ବି ଜିଲ୍ଲାର ଉଜ୍ଜୟିନୀ ଗ୍ରାମରେ ୫୦ ଟନରୁ ଅଧିକ ଓଜନ ବିଶିଷ୍ଟ ୫୦ ମିଟର ଉଚ୍ଚ ମୋବାଇଲ ଟାଓ୍ଵାର ଚୋରି ହୋଇଛି ।

ବିହାରରେ ୬୦ ଫୁଟ୍‌ ଲମ୍ବର ଲୁହା ବ୍ରିଜ ଚୋରି ହେବାର ଗୋଟିଏ ବର୍ଷ ପରେ ଉତ୍ତରପ୍ରଦେଶର କୌଷିମ୍ବି ଜିଲ୍ଲାର ଉଜ୍ଜୟିନୀ ଗ୍ରାମରେ ୫୦ ଟନରୁ ଅଧିକ ଓଜନ ବିଶିଷ୍ଟ ୫୦ ମିଟର ଉଚ୍ଚ ମୋବାଇଲ ଟାଓ୍ଵାର ଚୋରି ହୋଇଛି । ସୂଚନା ମୁତାବକ, ବୁଧବାର ଅର୍ଥାତ ନଭେମ୍ବର ୨୯ରେ ଟେକ୍ନିସିଆନ ରାଜେଶ କୁମାର ଯାଦବ ପୋଲିସକୁ ଏହି ବିଷୟରେ ସୂଚନା ଦେଇଥିଲେ । କିନ୍ତୁ ରାଜେଶ କୁମାର ଯାଦବଙ୍କ ଅଭିଯୋଗରେ କୁହାଯାଇଛି ଯେ ମାର୍ଚ୍ଚ ୩୧ରେ ଏହା ନିଖୋଜ ହୋଇଯାଇଥିଲା । ତାଙ୍କ ଅଭିଯୋଗ ଅନୁସାରେ ପୋଲିସ ଆଇପିସି ଧାରା ୩୭୯ର ଚୋରି ଅନୁଯାୟୀ ଏହାକୁ ନେଇ ଏକ ଏଫଆଇଆର ଦାଖଲ କରିଛି ।

ସେହି ଅଭିଯୋଗରେ କୁହାଯାଇଛି ଯେ କେବଳ ଟାଓ୍ଵାର ନୁହେଁ ବରଂ ମୋବାଇଲ ଟାଓ୍ଵାର ଆସେମ୍ବଲିର ସବୁ ଅଂଶ ଯେପରି ଏକ ଶେଲ୍ଟର, ବିଦ୍ୟୁତର ଫିଟିଙ୍ଗ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ମଧ୍ୟ ନିଖୋଜ ରହିଛି । ସେହି ସବୁ ଜିନିଷର ମୂଲ୍ୟ ପ୍ରାୟ ୮.୫ ଲକ୍ଷରୁ ଅଥିକ ବୋଲି କୁହାଯାଉଛି । ଏହି ଘଟଣା ଯୋଗୁ ଗୁରୁବାର ଦିନ ସାରା ଦିନ ପୋଲିସ ଅସୁବିଧାରେ ପଡିଥିଲା । ସନ୍ଦୀପ ଘାଟ ପୋଲିସ ଷ୍ଟେସନର ଏକ ଟିମ୍‌ ଏହି ମାମଲାକୁ ଯାଞ୍ଚ କରିଛି ।

ଟେକ୍ନିସିଆନ ରାଜେଶ କୁମାର ଯାଦବଙ୍କ ଅଭିଯୋଗରେ କହିଛନ୍ତି ଯେ ତାଙ୍କ କମ୍ପାନୀ ଚଳିତ ବର୍ଷ ଜାନୁଆରୀରେ କୌଷିମ୍ବି ଜିଲ୍ଲାର ଉଜ୍ଜୟିନୀ ଗ୍ରାମରେ ଥିବା ଉବଦ୍‌ ଉଲ୍ଲାଙ୍କ ଚାଷ ଜମିରେ ଏକ ଟାଓ୍ଵାର ସ୍ଥାପନ କରିଥିଲେ । ଏହା ସହ ଯାଦବ ଏପରି ମଧ୍ୟ କହିଛନ୍ତି ଯେ ଯେତେବେଳେ ସେ ମାର୍ଚ୍ଚ ୩୧ରେ ଯାଞ୍ଚା ପାଇଁ ସେହି ସ୍ଥାନକୁ ଯାଇଥିଲେ, ସେତେବେଳେ ସେହି ସ୍ଥାନରେ ଅନ୍ୟାନ୍ୟ ଜିନିଷ ସହିତ ପୂରା ଟାଓ୍ଵାର ନିଖୋନ ଥିଲା । ସେଠାରେ ସେହି ସବୁ ଜିନିଷର କୌଣସି ଚିହ୍ନ ମଧ୍ୟ ଦେଖିବା ପାଇଁ ମିଳିନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.