ଆଲ୍‌ମିରା ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ବାସୁଦେବପୁର(କେନ୍ୟୁଜ୍): ଭୟାବହ ଅଗ୍ନିକାଣ୍ଡ । ଆଲ୍‌ମିରା ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ଦେଉଳି ଛକରେ ଥିବା ଆରତୀ ଆଲ୍‌ମିରା ଫ୍ୟାକ୍ଟ୍ରିରେ ନିଆଁ ଲାଗିଛି। ହଠାତ୍‌ ନିଆଁ ଲାଗିଯିବାରୁ କର୍ମଚାରୀ ବାହାରକୁ ପଳାଇଆସିଛନ୍ତି ।

ନିଆଁର ପ୍ରକୋପ ଏତେ ଥିଲା ଯେ ଚାହୁଁ ଚାହୁଁ ସବୁ ଜଳିଗଲା । ବାସୁଦେବପୁର ଅଗ୍ନିଶମ ବିଭାଗର ୨ଟି ଗାଡି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଲାଇଛନ୍ତି । ସଟସର୍କିଟରୁ ନିଆଁ ଲାଗିଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.