Below header

ଅପହରଣର ୩୬ଘଣ୍ଟା ପରେ ଭୁବନେଶ୍ୱରରୁ ଉଦ୍ଧାର ହେଲେ ସୁନା ବ୍ଯବସାୟୀ

ସୋର : ସୋରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର। ୩୬ଘଣ୍ଟା ପରେ ଭୁବନେଶ୍ୱରରୁ ଉଦ୍ଧାର କରିଛି ସୋର ପୋଲିସ। ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା ଚାଲୁଛି। ସୋର ଥାନା ଆଟପୁର ଅଞ୍ଚଳର ପ୍ରହଲ୍ଲାଦ ବେହେରା ନାମକ ଜଣେ ଯୁବକ ସୋର କୁପାରୀ ରାସ୍ତା ବେଲଦା ଛକରେ ଶୁଭମ୍‌ ଜୁଏଲାରି ନାମକ ଏକ ଗହଣା ଦୋକାନ କରିଥିଲେ ।

ଗତ ୧୮ ତାରିଖ ସକାଳେ ଦାଣ୍ଡହରିପୁର ଅଞ୍ଚଳର ସୁମନ୍ତ ମଳିକ ନାମକ ଜଣେ ଯୁବକ ଗହଣା କିଣିବା ବାହାନାରେ ପ୍ରହଲ୍ଲାଦଙ୍କୁ ଦାଣ୍ଡହରିପୁରକୁ ଡକାଇଥିଲେ । ପ୍ରହଲ୍ଲାଦ ୫୦ ଗ୍ରାମ ସୁନା ନେଇ ଏକ ବାଇକ୍‌ ଯୋଗେ ଦାଣ୍ଡହରିପୁର ଯାଇଥିବା ବେଳେ ଆଉ ଫେରିନଥିଲେ । ଫୋନରେ ଘର ଲୋକଙ୍କୁ ଟଙ୍କା ଦେବାକୁ ଧମକ ଦେଉଥିଲେ। ଏନେଇ ଜଣାପଡିବା ପରେ ପରିବାର ଲୋକେ ସୋର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ୍‌ ।

ସୋର ପୋଲିସ ଘଟଣାର ତନାଘନା କରିବା ଦେଖି ଅପହରଣକାରୀ ଭୟଭୀତ ହୋଇ ପ୍ରହଲ୍ଲାଦଙ୍କୁ ଭୁବନେଶ୍ୱରରେ ଛାଡି ଫେରାର ହୋଇଯାଇଥିଲେ। ଘଟଣାରେ ନୀଳଗିରି ଓ ବାଲେଶ୍ୱର ଅ଼ଚଳର ୪ଜଣ ଅପରାଧୀ ସଂପୃକ୍ତ ଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.