ରାସ୍ତାରେ ବୁଲିଲେ ୧୬ ଟିକିଆ ହାତୀପଲ, ଭୟଭୀତ ଲୋକେ

ରାସ୍ତାରେ ବୁଲିଲେ ୧୬ ଟିକିଆ ହାତୀପଲ। ହାତୀ ପାଇଁ ଗାଡ଼ି ଚଳାଚଳ ବନ୍ଦ, ଲୋକେ ଭୟଭୀତ।

ବାଙ୍କୀ (କେନ୍ୟୁଜ): ପୁଣି ବାଙ୍କୀ ଗୟଳବାଙ୍କ ଗାଁ ଭିତରେ ଦନ୍ତା ହାତୀ । ରାସ୍ତାରେ ବୁଲିଲେ । ହାତୀ ପାଇଁ ଗାଡ଼ି ଚଳାଚଳ ବନ୍ଦ, ଲୋକେ ଭୟଭୀତ। ଗତ କାଲି ରାତିରେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ୧୬ ଟିକିଆ ହାତୀପଲ ଆସି ଭଗିପୁର ନିକଟ କଟକ ରାସ୍ତାରେ ବୁଲୁଥିଲେ। ବନ ବିଭାଗର କର୍ମଚାରୀ ପହଞ୍ଚି ହାତୀଙ୍କୁ ଘଉଡାଇଥିଲେ ।

ଏହାପରେ ଆଜି ମଧ୍ୟାହ୍ନରେ ପୁଣି ଗୋଟିଏ ଦନ୍ତାହାତୀ ଆସି ଗୟଳବାଙ୍କ ଗାଁରେ ପଶି ରାସ୍ତା ଉପରେ ବୁଲାବୁଲି କରିବାରୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ଭଗିପୁର ବନ ବିଭାଗର କର୍ମଚାରୀ ପହଞ୍ଚି ହାତୀ ଗତବିଧି ଉପରେ ନଜର ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.