ପାଣି ପିଇବାକୁ ଯାଇ ଫସିଲେ ଗାଈ ପଲ, ଉଦ୍ଧାର କଲେ ସ୍ଥାନୀୟ ଯୁବକ

ହରଭଂଗା ବ୍ଲକ ଅନ୍ତର୍ଗତ ଖରସଙ୍କୁଲେଈ ଠାରେ ଆଜି ମହାନଦୀର ବନ୍ୟାଜଳରେ ଫସିଥିବା ଗାଈ ପଲଙ୍କୁ ସ୍ଥାନୀୟ ଯୁବକମାନେ ଉଦ୍ଧାର କରିଛନ୍ତି l

ବୌଦ୍ଧ : ହରଭଂଗା ବ୍ଲକ ଅନ୍ତର୍ଗତ ଖରସଙ୍କୁଲେଈ ଠାରେ ଆଜି ମହାନଦୀର ବନ୍ୟାଜଳରେ ଫସିଥିବା ଗାଈ ପଲଙ୍କୁ ସ୍ଥାନୀୟ ଯୁବକମାନେ ଉଦ୍ଧାର କରିଛନ୍ତି l ହୀରାକୁଦ ଡ୍ୟାମ ତାର ପ୍ରଥମ ବନ୍ୟା ଜଳ ନିଷ୍କାସନ କରିଛି l ଏନେଇ ପୂର୍ବରୁ ନଦୀ କୁଳିଆ ଅଞ୍ଚଳ ବାସୀଙ୍କୁ ସତର୍କ ସୂଚନା ଦେବା ସହ ସ୍ଥାନୀୟ ପ୍ରଶାସନକୁ ଆଲର୍ଟ ରହିବାକୁ କୁହାଯାଇଛି l

ମାତ୍ର ମହାନଦୀ କୁଳିଆ ଗ୍ରାମବାସୀଙ୍କ ନିକଟରେ ସଚେତନତା ଓ ସତର୍କତାର ବାର୍ତ୍ତା ପହଁଚି ପାରୁନାହିଁ l ମାତ୍ର ଯୁବକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବନ୍ୟାଜଳରେ ଫସିଥିବା ଗାଈ ପଲଙ୍କୁ ଉଦ୍ଧାର କରାଯାଇପାରିଛି l ମହାନଦୀରେ ବର୍ତ୍ତମାନ ହୀରାକୁଦ ଛାଡିଥିବା ପାଣି ପହଁଚି ଥିବା ବେଳେ ନଦୀ ଧୀରେ ଧୀରେ ଫୁଲିବାରେ ଲାଗିଛି l

ମହାନଦୀ କୁଳରେ ଗାଈ ଚରୁଥିବା ବେଳେ ପାଣି ପିଇବା ଆଶାରେ ଗାଈମାନେ ନଦୀ ଭିତରକୁ ଚାଲି ଆସିଥିଲେ l ଏହି ସମୟରେ ନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ଗାଈ ପଲ ପାଣି ଘେରରେ ରହିଯାଇଥିଲେ l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.