ଲକ୍ଷାଧିକ ଟଙ୍କାର ଚୋରା ବିଦେଶୀ ମଦ ଜବତ କଲା ଧର୍ମଶାଳା ପୋଲିସ

ଯାଜପୁର(କେନ୍ୟୁଜ): ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି ଧର୍ମଶାଳା ପୋଲିସ। ଧର୍ମଶାଳା ଥାନା ଅନ୍ତର୍ଗତ ସୁନ୍ଦରିଆ ପୋଲ ନିକଟରୁ ଏହି ମଦ ଗୁଡ଼ିକୁ ଜବତ କରିଛି ପୋଲିସ। ସୂଚନା ମୁତାବକ, ଧର୍ମଶାଳା ଥାନା ଅନ୍ତର୍ଗତ କଣ୍ଟିଗଡ଼ିଆ ବିଦେଶୀ ମଦ ଦୋକାନରୁ ଏକ ଅଟୋରେ ବିପୁଳ ପରିମାଣର ମଦ ବୋଝେଇ ହୋଇ କୋତପୁର ଅଭିମୁଖେ ଯାଉଥିବା ବେଳେ ଖବର ପାଇ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ସଦଳବଳ ଚଢ଼ାଉ କରିଥିଲେ। ସୁନ୍ଦରିଆ ପୋଲ ନିକଟରେ ଅଟୋଟିକୁ ଧରିଥିବା ବେଳେ ଗାଡ଼ିରେ ଥିବା ମଦ ବ୍ୟବସାୟୀ ଫେରାର ହୋଇଯିବାକୁ

ସକ୍ଷମ ହୋଇଥିଲା। ତେବେ ଅଟୋ ଡ୍ରାଇଭରଙ୍କୁ ପୋଲିସ ଥାନାକୁ ଧରି ଆଣିଛି। ଜବତ ମଦର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଗିରଫ ହୋଇଥିବା ଅଟୋ ଡ୍ରାଇଭର ଜଣଙ୍କ ଏହି ଥାନା କାଏମା ଗୋପନଗର ଗ୍ରାମର ଅଭିନ ଦାସ ବୋଲି ଜଣାପଡିଛି I ତେବେ ଲକଡାଉନ ସମୟରେ ବିପୁଳ ଚୋରା ମଦ କାରବାର ହେଉଥିବା ଏଥିରୁ ସ୍ପଷ୍ଟ ହୋଇଛି। ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.