ଲମ୍ବା ସମୟ ଧରି କାମ କରିବା ଶରୀର ପାଇଁ ହୋଇଥାଏ ବେଶ କ୍ଷତିକାରକ, ରିପୋର୍ଟରୁ ପ୍ରକାଶ

ଅଧିକ ସମୟ ଧରି କାମ କରିବା ଦ୍ୱାରା ଏହାର ଖରାପ ପ୍ରଭାବ ଆମ ଶରୀର ଉପରେ ପଡିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏନେଇ ଏକ ତାଜା ରିପୋର୍ଟ ସାମ୍ନାକୁ ଆସିଛି । କରୋନା କାଳରେ ଏହି ରିପୋର୍ଟ ବିଷୟରେ ଜାଣିବା ମଧ୍ୟ ଖୁବ ଜରୁରୀ ହୋଇପଡିଛି । ଘରେ କାମ କରୁଥିବା କାରଣରୁ କାମ ସମୟରେ ଲୋକଙ୍କ ମଧ୍ୟ ଚିନ୍ତା ଭଳି ସମସ୍ୟା ଦେଖାଯାଉଛି ।

ଅନ୍ତରାଷ୍ଟ୍ରୀୟ ଶ୍ରମ ସଂଗଠନ ଅନୁଯାୟୀ ସଂଯୁକ୍ତ ବୈଶିକ ଅଧ୍ୟୟନ ଦ୍ୱାରା ଜଣାପଡିଛି ଯେ, ସପ୍ତାହରେ ୫୫ ଘଣ୍ଟାରୁ ଅଧିକ ସମୟ କାମ କରିବା ଦ୍ୱାରା ଷ୍ଟ୍ରୋକ ହେବାର ସମ୍ଭାବନା ରହିଛି । ଏହାଦ୍ୱାରା ୩୫% ଶରୀରରେ ହୃଦ ଜନିତ ବିପଦ ୧୭% ବଢ଼ିଯାଇଥାଏ ।
ଏହି ରିସର୍ଚ୍ଚରେ ୧୯୪ ଦେଶଙ୍କୁ ସାମିଲ କରାଯାଇଥିଲା । ଅଧିକ ସମୟ ଧରି ଘରେ କାମ କରିବା ଦ୍ୱାରା ଲୋକଙ୍କ ପାଖରେ ଏହି ସମସ୍ୟା ଦେଖାଯାଇଛି । କରୋନା ମହାମାରୀ ସମୟରେ ଏହାର ପ୍ରଭାବ ଅଧିକ ବଢ଼ିଯାଇଛି । କାରଣ ଲକଡାଉନ କାରଣରୁ ସମସ୍ତେ ପ୍ରାୟ ଘରେ ବସି କାମ କରୁଛନ୍ତି ।

ତେବେ ଏହି କାରଣରୁ ୨୦୦୦ ମସିହାରୁ ୨୦୧୬ ମସିହା ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୩୦% ବୃଦ୍ଧି ପାଇଥିଲା ରିପୋର୍ଟ ମୁତାବିକ ୨୦୧୬ରେ ଅଧିକସମୟ ଧରି କାମ କରିଥିବା କାରଣରୁ ୭୪୫,୦୦୦ ହଜାର ଲୋକଙ୍କ ଷ୍ଟ୍ରେକା ଜନିତ ମୃତ୍ୟୁ ଘଟିଥିଲା । ଏଥିରେ ୭୨% କେବଳ ପୁରୁଷ ଥିଲେ । ଯେଉଁମାନେ ମଧ୍ୟମ ଆୟୁ ବର୍ଗରେ ଥିଲେ ।

ତେବେ କରୋନା କାଳରେ ମଧ୍ୟ ଏହାର ମାତ୍ରା ଅଧିକ ଦେଖାଯାଉଛି । ଏହା କରିବା ଦ୍ୱାରା ଶରୀର ଉପରେ ବୀପରିତ ପ୍ରଭାବ ପଡିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଦକ୍ଷିଣ ପୂର୍ବ ଏସିଆ ଓ ପଶ୍ଚିମ ପ୍ରଶାନ୍ତ କ୍ଷେତ୍ରରେ ରହୁଥିବା ବ୍ୟକ୍ତି ମାନେ ଏହି ସମସ୍ୟାର ଅଧିକ ସମ୍ମୁଖିନ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.