କରୋନା ସର୍ଭେ ବାହାନାରେ ଘରେ ପଶିଲେ, ବନ୍ଧୁକ ଦେଖାଇ ଟଙ୍କା ଗହଣା ଲୁଟି ନେଲେ

ପଟ୍ଟାମୁଣ୍ଡାଇ (କେନ୍ୟୁଜ୍‌) : ରାଜ୍ଯରେ କରୋନା ପ୍ରଭାବ ତୀବ୍ର ହୋଇଥିବା ବେଳେ ଏଭଳି ସମୟରେ କରୋନାକୁ ବାହାନା କରି ହୋଇଛି ଏକ ବଡଧରଣର ଲୁଟ । ଏଭଳି ଏକ ଅବିଶ୍ୱସନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନସିପୁର ଗାଁରେ । ଏହି ଗାଁର କୁଳମଣି ରାଉତଙ୍କ ଘରେ ଆଜି ତିନି ଜଣ ଦୁର୍ବୃତ୍ତ ପଶିଥିଲେ ବାହାନା କରି । ସେମାନେ ସରକାରଙ୍କ ତରଫରୁ କରୋନା ସର୍ଭେ କରାଯାଉଥିବା କହି ଘରେ ପଶିବା ସହିତ ସମସ୍ତଙ୍କ ଆଧାର କାର୍ଡ ମାଗିଥିଲେ ।

ସେତେବେଳେ ଘରେ କୁଳମଣି ଓ ତାଙ୍କ ପୁଅ ନଥିଲେ । କେବଳ କୁଳମଣିଙ୍କ ସ୍ତ୍ରୀ ରଙ୍ଗଲତା ଓ ତାଙ୍କର ତିନି ବର୍ଷର ନାତୁଣୀ ଥିଲେ । ଆଧାର କାର୍ଡ ପାଇଁ ରଙ୍ଗଲତା ନିଜ ସ୍ୱାମୀଙ୍କୁ ଫୋନ ଲଗାଇବା ବେଳେ ଦୁର୍ବୃତ୍ତମାନେ ହଠାତ ଫୋନ ଛଡାଇ ନେବା ସହ ରଙ୍ଗଲତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲେ । ପରେ ପରେ ରଙ୍ଗଲତା ପିନ୍ଧିଥିବା ସମସ୍ତ ସୁନା ଗହଣା, ନାତୁଣୀ ପିନ୍ଧିଥିବା ସୁନା ଅଳଙ୍କାର ଛଡ଼ାଇ ନେଇଥିଲେ । ଏହା ସହିତ ଆଲମାରୀ ଭାଙ୍ଗି ସେଥିରେ ଥିବା ସମସ୍ତ ସୁନା ଗହଣା ଓ ଟଙ୍କା ଲୁଟି ନେଇଥିଲେ ।

LOOT-2

ଖବର ପାଇବା ପରେ ପୋଲିସ ପହଞ୍ଚି ଛାନଭିନ ଜାରି ରଖିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ଯ ସରକାର କରୋନାକୁ ରୋକିବା ପାଇଁ ଗ୍ରାମାଞ୍ଚଳରେ ଘରଘର ବୁଲି ସର୍ଭେ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଆରମ୍ଭରୁ ହିଁ ଦୁର୍ବୃତ୍ତମାନେ ଚାଲାକି କରି ସର୍ଭେ ନାଁରେ ଲୋକଙ୍କୁ ଲୁଟିବା ଆରମ୍ଭ କରି ଦେଲେଣି । ଏବେ ଅସଲି କିଏ ନକଲି କିଏ ଲୋକେ ଜାଣିବେ ବା କେମିତି ?

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.