ଲକ ଡାଉନରେ ଗଳାବାଟ, ୫୦ ଟଙ୍କାରେ ବିକ୍ରି ହେଉଥିଲା ନକଲି ଆଇକାର୍ଡ

ଭୁବନେଶ୍ୱର(କେ ନ୍ୟୁଜ): ଲକ୍‌ଡାଉନରେ ପୋଲିସ ଯାଞ୍ଚରୁ ବର୍ତ୍ତିବା ପାଇଁ ଫେକ୍‌ ଆଇକାର୍ଡ କାରବାର ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ସୁବାସ ବେହେରାକୁୁ ଗିରଫ କରିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ପୋଲିସ। ସୁବାସଙ୍କ ନିକଟରୁ ଶହ ଶହ ନକଲି ଆଇକାର୍ଡ ଜବତ କରାଯିବା ସହ ଆଇକାର୍ଡ ତିଆରିରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ ।

ଲକ୍‌ଡାଉନରେ ଅମାନିଆଙ୍କୁ ବୁଲିବା ପାଇଁ ସେମାନଙ୍କ ପସନ୍ଦର ନକଲି ଆଇକାର୍ଡ ଯୋଗାଇ ଆସୁଥିଲା ସୁବାସ । ବିଭିନ୍ନ କଂପାନୀ ଓ ମିଡିଆ ହାଉସ ନାଁରେ ନକଲି ଆଇକାର୍ଡ ତିଆରି କରି ବିକ୍ରି କରୁଥିଲା । ନକଲି ଆଇକାର୍ଡ ପିଛା ସୁବାସ ୫୦ ଟଙ୍କା ନେଉଥିଲା ବୋଲି କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.