ଔଷଧୀୟ ଗୁଣ ସହିତ ସୁନ୍ଦରତା ବଢ଼ାଇବା କାମ ବି କରିଥାଏ ଚନ୍ଦନ, ଖରାଦିନେ ନିହାତି ଉପଯୋଗ କରି ଦୂର କରନ୍ତୁ ଏହି ସବୁ ସମସ୍ୟା

ଚନ୍ଦନରେ ଭରି ରହିଛି ପ୍ରାକୃତିକ ଔଷଧୀୟ ଗୁଣ, ଯାହା ଆପଣଙ୍କ ସୁନ୍ଦରତାକୁ ଦୁଇଗୁଣ କରି ଦେଇଥାଏ। ଟିନଏଜର୍ସଙ୍କଠାରେ ମୁଖ ବ୍ରଣ ସମସ୍ୟା ଦେଖାଯିବା ସାଧାରଣ କଥା। ଯଦି ଆପଣ ଏଥିରୁ ଛୁଟକାରା ପାଇବାକୁ ଚାହୁଁଛନ୍ତି, ତ ଚେହେରାରେ ଚନ୍ଦନ ଲେପ ଲଗାଇ ପାରିବେ। ଚନ୍ଦନ ଏକ ଆଣ୍ଟିବାୟୋଟିକ ତତ୍ତ୍ୱ, ଯାହା ତ୍ୱଚାକୁ କୌଣସି ବି ପ୍ରକାର ସମସ୍ୟାରୁ ମୁକ୍ତି ଦେଇଥାଏ। ଏପରିକି, ନିୟମିତ ଭାବେ ଚନ୍ଦନ ପ୍ରୟୋଗ ଦ୍ୱାରା ଘା’, ଖଣ୍ଡିଆ ଖାବରାକୁ ମଧ୍ୟ ଭଲ କରାଯାଇ ପାରିବ।

-ଖରାଦିନେ ଆମ ଶରୀରରୁ ଅଧିକ ମାତ୍ରାରେ ଝାଳ ବାହାରିଥାଏ। ଯଦି ଆପଣ ଚନ୍ଦନ ପାଉଡରକୁ ପାଣିରେ ମିଶାଇ ମୁଁହରେ ଲଗାଇବେ, ଚେହେରାରୁ କମ ଝାଳ ବାହାରିବ।

-କ୍ଷୀରରେ ଚନ୍ଦନ ପାଉଡର ଓ ହଳଦୀ ସହିତ ଏକ ଚୁଟକି କର୍ପୂର ମିଶାନ୍ତୁ। ଏ ସବୁକୁ ମିଶାଇ ଭଲ ପେଷ୍ଟ ପ୍ରସ୍ତୁତ କରନ୍ତୁ। ପୁଣି ଏହି ଲେପକୁ ଚେହେରାରେ ମାଲିସ କରି ସାରା ରାତି ରହିବାକୁ ଦିଅନ୍ତୁ। ଏହାଦ୍ୱାରା ଚେହେରାରୁ ଚିହ୍ନ, ଦାଗ ସବୁ ଦୂର ହୋଇଯିବ। ଏଥି ସହିତ ଆପଣଙ୍କୁ ଥଣ୍ଡାପଣ ଅନୁଭବ ହେବ।

-ଆପଣ ଚାହିଁଲେ ଚନ୍ଦନ ପାଉଡର, ହଳଦୀ ଓ ଲେମ୍ବୁ ରସ ମିଶାଇ ଚେହେରାରେ ଲଗାଇ ପାରିବେ। ଅଧ ଘଣ୍ଟା ପରେ ପାଣିରେ ମୁଁହ ସଫା କରିଦେବେ। ଏହାଦ୍ୱାରା ଆପଣଙ୍କ ତ୍ୱଚା ମୁଲାୟମ ହୋଇଯିବ।

-ଆପଣ ଅଧ ଚାମଚ ହଳଦୀ ପାଉଡର ଏବଂ ୧ ଚାମଚ ଚନ୍ଦନ ପାଉଡର ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଚେହେରାରେ ଅତି କମରେ ୧୫-୨୦ ମିନିଟ ଲଗାଇ ରଖନ୍ତୁ। ଏହାଦ୍ୱାରା ଆପଣଙ୍କ ମୁଁହରୁ କଳା ବ୍ରଣ ସମସ୍ୟା ଦୂର ହୋଇଯିବ। ନିୟମିତ ଏହାକୁ କରି ଚାଲନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.