ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ନେଇପାରେ ବାତ୍ୟା ରୂପ !

ଭୁବନେଶ୍ୱର(କେ ନ୍ୟୁଜ): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଚଳିତ ମାସ ଶେଷ ଆଡକୁ ଲଘୁଚାପ ବଳୟ ସୃଷ୍ଟି ହୋଇପାରେ । ମେ ୨୩ ତାରିଖ ବେଳକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ସେନେଇ କିଛି ଆକଳନ କରାଯାଇ ନାହିଁ । ଆମେରିକାର ପାଣିପାଗ ସଂସ୍ଥା ଆକ୍ୟୁୱେଦର ଚଳିତ ସପ୍ତାହରେ

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି । ଆସନ୍ତା ସପ୍ତାହରେ ଏହା ସାଇକ୍ଲୋନ ବା ସାମୁଦ୍ରିକ ଝଡ଼ର ରୂପ ନେଇପାରେ ବୋଲି ଆକ୍ୟୁୱେଦରର ବିଶିଷ୍ଟ ବିଜ୍ଞାନୀ ଜାସନ୍‌ ନିକୋଲାଶ କହିଛନ୍ତି । ଏହାର ପ୍ରଭାବ ଉତ୍ତର-ପୂର୍ବ ଭାରତ, ବାଂଲାଦେଶ ଓ ମିଆଁମାରରେ ପଡ଼ିପାରେ ବୋଲି କହିଛି ଆକ୍ୟୁୱେଦର ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.