ଅଫିସରେ କାହାକୁ ପ୍ରେମ କରୁଛନ୍ତି କି? ତା’ହେଲେ ଏହି ସବୁ କଥା ଉପରେ ନିହାତି ରଖନ୍ତୁ ଧ୍ୟାନ

ଅଫିସରେ କାହାର କାହା ସହିତ ପ୍ରେମ ହୋଇଯିବା ଆପଣ ଅନେକ ବାର ଶୁଣିଥିବେ। ଏବେ ଏକ ସର୍ବେକ୍ଷଣରୁ ମଧ୍ୟ ଏହି କଥା ସାମ୍ନାକୁ ଆସିଛି। ଏଥିରେ ଭାଗ ନେଇଥିବା ଲୋକଙ୍କ ମଧ୍ୟରୁ ପାଖାପାଖି ୮୫ ପ୍ରତିଶତ ଲୋକଙ୍କୁ ନିଜ ଅଫିସ ସହକର୍ମୀଙ୍କ ସହିତ ପ୍ରେମରେ ପଡ଼ିବାରେ କୌଣସି ଅସୁବିଧା ନାହିଁ।

କିନ୍ତୁ ଆପଣଙ୍କ କ୍ଷେତ୍ରରେ ବି ଯଦି ଏମିତି ହୁଏ, ତା’ହେଲେ ଆପଣ ତାଙ୍କ ସହିତ ଆଗକୁ କେମିତି ବ୍ୟବହାର କରିବେ, ତାହାକୁ ନେଇ ଦ୍ବନ୍ଦ୍ୱ ଲାଗି ରହିପାରେ। ଆଜି ଆମେ ଆପଣଙ୍କୁ ଏ ବିଷୟରେ କିଛି ଟିପ୍ସ କହିବୁ, ଯାହାକୁ ଆପଣାଇଲେ ଆପଣଙ୍କୁ ଏବଂ ଆପଣ ଯାହାଙ୍କୁ ପ୍ରେମ କରୁଥିବେ, ତାଙ୍କୁ ଅନ୍ୟ ସହକର୍ମୀଙ୍କ ସାମ୍ନାରେ ଲଜ୍ଜାବୋଧ କରିବାକୁ ପଡ଼ିବ ନାହିଁ।

୧. ସବୁବେଳେ ଗୋଟିଏ କଥା ଉପରେ ଧ୍ୟାନ ରଖନ୍ତୁ, ଯେପରି ଆପଣ ଦୁହିଁଙ୍କ ପ୍ରେମ ବିଷୟରେ ତୃତୀୟ ବ୍ୟକ୍ତି ନ ଜାଣି ପାରନ୍ତି।

୨. ଆପଣଙ୍କ ପ୍ରେମ ବିଷୟରେ ଯେପରି ଅନ୍ୟ କେହି ଚର୍ଚ୍ଚା ନ କରିବେ, ସେଥିପାଇଁ ସମ୍ଭାଳିକି କଥାବାର୍ତ୍ତା କରନ୍ତୁ। ମିଟିଂ ଆଦି ସ୍ଥାନରେ ପ୍ରଫେସନାଲି ବାର୍ତ୍ତାଳାପ କରନ୍ତୁ।

୩. ସମସ୍ତଙ୍କ ସାମ୍ନାରେ ନର୍ମାଲ କଥା ହୁଅନ୍ତୁ। ଏପରି କଥା ହୁଅନ୍ତୁନି, ଯେପରି ଆପଣ ଦୁହିଁଙ୍କ କଥା ପରବର୍ତ୍ତୀ ସମୟରେ ଅଫିସରେ ଚର୍ଚ୍ଚାର ବିଷୟ ହେବ।

୪. ପ୍ରେମକୁ କେବେ ବି କାମ ଭିତରକୁ ଆଣିବେ ନାହିଁ। ଅଫିସରେ ନିଜ କାମ ଦାୟିତ୍ଵର ସହ ନିଭାନ୍ତୁ।

୫. ଅଫିସରେ କାହାକୁ ବି ମିଡିଏଟର ବା ମଧ୍ୟସ୍ଥି କରନ୍ତୁ ନାହିଁ। କିମ୍ବା ତୃତୀୟ ଜଣଙ୍କୁ ନିଜ କଥା ସେୟାର କରନ୍ତୁ ନାହିଁ। ଯାହା ଅସୁବିଧା ହେବ ସିଧା ପାର୍ଟନରଙ୍କ ସହିତ କଥା ହୁଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.